ବାପାଙ୍କୁ ଦେଇଥିବା ପ୍ରତିଜ୍ଞା ପାଇଁ ଏହି କାମ କରନ୍ତି ନାହିଁ ସଚିନ

ମୁମ୍ବାଇ: ଆପଣ ଟିଭି ପରଦାରେ କ୍ରିକେଟ ଖେଳାଳି ଓ ସିନେ ଅଭିନେତା, ଅଭିନେତ୍ରୀମାନଙ୍କୁ ବିଭିନ୍ନ ବିଜ୍ଞାପନରେ ଦେଖୁଥିବେ | ମଦ, ସିଗାରେଟ ବିଜ୍ଞାପନରେ କ୍ରିକେଟ ଖେଳାଳି ଓ ଅଭିନେତାମାନଙ୍କୁ ଦେଖିଥିବେ | କିନ୍ତୁ କେବେ ଭାବିଛନ୍ତି କି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କାହିଁକି ତମାଖୁ ଓ ମଦ କମ୍ପାନୀର ବିଜ୍ଞାପନରେ ଦେଖିବାକୁ ମିଳନ୍ତି ନାହିଁ | ଆଜି ଆମେ ଆପଣଙ୍କୁ ଏ ବାବଦରେ କହିବୁ |

ସଚିନ ଏକ ସାକ୍ଷାତକାରରେ କହିଛନ୍ତି ଯେ ‘ମୁଁ ମୋର ବାପାଙ୍କୁ ପ୍ରତିଶୃତି ଦେଇଥିଲି ଯେ ମୁଁ ତମାଖୁ ଦ୍ରବ୍ୟ କିମ୍ବା ମଦ୍ୟପାନର ବିଜ୍ଞାପନ କରିବି ନାହିଁ। ସଚିନ କହିଛନ୍ତି, ‘ମୋ ବାପା ମୋତେ କହିଥିଲେ ଯେ ଜଣେ ଆଦର୍ଶ ହୋଇଥିବାରୁ ଅନେକ ଲୋକ ତୁମକୁ ଅନୁସରଣ କରିବେ।’ ସେଥିପାଇଁ ସେ କେବେ ବି ତମାଖୁ ଦ୍ରବ୍ୟ କିମ୍ବା ମଦକୁ ସମର୍ଥନ କରିନାହାନ୍ତି ବୋଲି କହିଛନ୍ତି |

The Quint

ସଚିନ କହିଛନ୍ତି, ୧୯୯୦ ଦଶକରେ ତାଙ୍କ ବ୍ୟାଟରେ କୌଣସି କମ୍ପାନୀର ଷ୍ଟିକର ନଥିଲା। ଦଳର ଅନ୍ୟମାନେ ଏକ ସିଗାରେଟ କମ୍ପାନୀକୁ ପ୍ରମୋସନ କରୁଥିଲେ | କିନ୍ତୁ ନିଜ ବାପାଙ୍କୁ ଦେଇଥିବା ପ୍ରତିଶୃତି କେବେ ଭଙ୍ଗ କରି ନାହିଁ | ସଚିନ କହିଛନ୍ତି, ‘ବ୍ୟାଟରେ ତାଙ୍କ(କମ୍ପାନୀର) ବ୍ରାଣ୍ଡ ଷ୍ଟିକରକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ପ୍ରସ୍ତାବ ମିଳିଥିଲା, କିନ୍ତୁ ଦୁଇଟି ଜିନିଷ (ସିଗାରେଟ୍ ଏବଂ ମଦ ବ୍ରାଣ୍ଡ) ଠାରୁ ଦୂରରେ ରହିଥିଲି ଏବଂ ମୋ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି କେବେବି ଭାଙ୍ଗି ନଥିଲି |

ସମ୍ବନ୍ଧିତ ଖବର