ମୁମ୍ବାଇ: କ୍ରିକେଟର ଭଗବାନ କୁହାଯାଉଥିବା ପୂର୍ବତନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଆଜି ଏକ 'ନକଲି ବିଜ୍ଞାପନ' ସମ୍ପର୍କରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ନିକଟରେ ଏଫଆଇଆର ଦାଖଲ କରିଛନ୍ତି । ଲୋକଙ୍କୁ ଠକିବା ପାଇଁ ତଥା ବିଭ୍ରାନ୍ତିକର ସୂଚନା ଦେବା ପାଇଁ ଇଣ୍ଟରନେଟରେ 'ନକଲି ବିଜ୍ଞାପନ'ରେ ତାଙ୍କ ନାମ, ଫଟୋ ଏବଂ ସ୍ୱର ବ୍ୟବହାର କରାଯାଉଥିବାରୁ ଏହା ବିରୋଧରେ ସଚିନ ତେନ୍ଦୁଲକର ଅଭିଯୋଗ କରିଛନ୍ତି। ଆଇପିସିର ଧାରା ୪୨୬, ୪୬୫ ଏବଂ ୫୦୦ ଅନୁଯାୟୀ ମୁମ୍ବାଇ ପୁଲିସ ସାଇବର ସେଲ ଦ୍ୱାରା ମାମଲା ପଞ୍ଜିକରଣ କରାଯାଇଛି | ଅଭିଯୋଗରେ କୁହାଯାଇଛି ଯେ ସଚିନ ତେନ୍ଦୁଲକରଙ୍କ ନାମରେ ଏକ ନକଲି ୱେବସାଇଟ୍ ତିଆରି କରାଯାଇଛି । ଯାହାର ନାମ 'sachinhealth.in' ରଖାଯାଇଛି |

Advertisment


ଏହି ୱେବସାଇଟରେ ତେନ୍ଦୁଲକରଙ୍କ ଫଟୋକୁ ବ୍ୟବହାର କରି ଲୋକମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଠକେଇ ଉଦ୍ୟମ ହେଉଥିଲା | ଏହା ବ୍ୟତୀତ ସଚିନ ତେନ୍ଦୁଲକରଙ୍କ ଫଟୋ ଏବଂ ସ୍ୱର ମଧ୍ୟ ବ୍ୟବହାର କରାଯାଇଛି ବୋଲି କୁହାଯାଉଛି। ସଚିନଙ୍କ ସ୍ୱରକୁ ବ୍ୟବହାର କରି ଏହି ୱେବସାଇଟ ବିଭିନ୍ନ ସାମଗ୍ରୀ ବିକ୍ରୟ କରୁଥିଲା | ସଚିନଙ୍କ ବିନା ଅନୁମତିରେ ଫଟୋ ଏବଂ ସ୍ୱରକୁ ବ୍ୟବହାର କରାଯାଉଥିବାବେଳେ ତାଙ୍କର ପ୍ରତିଛବି ଖରାପ ହୋଇଥିଲା ବୋଲି ଏଫଆଇଆରରେ ଉଲ୍ଲେଖ ରହିଛି | ସଚିନ ତେନ୍ଦୁଲକର ମଧ୍ୟ ଏହି ପ୍ରସଙ୍ଗରେ ଟୁଇଟ୍ କରିଛନ୍ତି।