ନବଜୋତ ସିଂହ ସିଦ୍ଧୁଙ୍କୁ ମନ୍ତ୍ରିମଣ୍ଡଳ ଓ କଂଗ୍ରେସ ଦଳରୁ ବହିଷ୍କାର କରିବା ପାଇଁ ଦାବୀ କରି ପଞ୍ଜାବ ବିଧାନସଭାରେ ତୁମୁଳ ହଟ୍ଟଗୋଳ

ଅମୃତସର: ପୁଲଓ୍ଵାମା ଆତଙ୍କବାଦୀ ହାମ୍‌ଲା ପ୍ରସଙ୍ଗରେ ବିବାଦୀୟ ବକ୍ତବ୍ୟ ପ୍ରଦାନ କରି ଏବେ ସଂପୂର୍ଣ୍ଣ ଏକଘରକିଆ ଓ ବିବାଦୀୟ ହୋଇ ପଡ଼ିଥିବା ନବଜୋତ୍‌ ସିଂହ ସିଦ୍ଧୁଙ୍କୁ କେନ୍ଦ୍ର କରି ଆଜି ପଞ୍ଜାବ ବିଧାନସଭାରେ ତୁମୁଳ ହଟ୍ଟଗୋଳ ସୃଷ୍ଟି ହୋଇଛି। ଏ ପ୍ରସଙ୍ଗରେ କ୍ରିକେଟିଅରରୁ ରାଜନେତା ପାଲଟିଥିବା ନବଜୋତ୍‌ ସିଂହ ସିଦ୍ଧୁଙ୍କୁ ତାଙ୍କର ବିବାଦୀୟ ବକ୍ତବ୍ୟ ପାଇଁ ଦେଶଦ୍ରୋହୀ ରୂପେ ଦର୍ଶାଇ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହ କଂଗ୍ରେସ ଦଳରୁ ମଧ୍ୟ ବହିଷ୍କାର କରିବା ପାଇଁ ଦାବୀ କରିଛନ୍ତି ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ।

ସିଦ୍ଧୁଙ୍କ ନାମରେ ଏକ ଦେଶଦ୍ରୋହ ମାମଲା ପୁଲିସ୍‌ର ତଦନ୍ତାଧୀନ ଥିବା ବେଳେ ସେ ବିଧାନସଭାରେ ପ୍ରବେଶ ପାଇଁ ଯୋଗ୍ୟତା ହରାଇଛନ୍ତି। ତାଙ୍କର ଏ ପ୍ରକାରର ଦେଶଦ୍ରୋହ ଆଚରଣ ପାଇଁ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହ କଂଗ୍ରେସ ଦଳରୁ ମଧ୍ୟ ବହିଷ୍କାର କରିବା ପାଇଁ ଦାବୀ କରି ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିବା ବେଳେ କିଛି କଂଗ୍ରେସ ସଦସ୍ୟ ସେମାନଙ୍କୁ ସମର୍ଥନ ଦେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର