ଜେଜେପି ବିଜେପିକୁ ସମର୍ଥନ ଦେବା ପରେ ଦଳ ଛାଡ଼ିବା ନିଷ୍ପତ୍ତି ନେଲେ ତେଜ୍‌ ବାହାଦୁର ଯାଦବ

ଚଣ୍ଡିଗଡ଼:  ହରିୟାଣା ବିଧାନସଭା ନିର୍ବାଚନରେ ମନୋହର ଲାଲ୍‌ ଖଟ୍ଟରଙ୍କ ବିପକ୍ଷରେ ନିର୍ବାଚନ ଲଢ଼ି ପରାଜିତ ହୋଇଥିବା ଜେଜେପି ଦଳର ନେତା ତଥା ସେନାରେ ଯବାନଙ୍କୁ ନିମ୍ନମାନରେ ଖାଦ୍ୟ ପରିବେଷଣର ଭିଡିଓ ଭାଇରାଲ କରିଥିବା  ତେଜ୍‌ ବାହାଦୁର ଯାଦବ  ଦଳ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି। ତାଙ୍କ ଦଳ ସରକାର ଗଠନ ଲାଗି ବିଜେପିକୁ ସମର୍ଥନ କରୁଥିବା କାରଣରୁ ସେ ଦଳ ଛାଡ଼ିବାର ନିଷ୍ପତ୍ତି ନେଇଥିବା କହିଛନ୍ତି।

ଆପଣଙ୍କର ମନେଥିବ ନିଶ୍ଚୟ, ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ରେ ଯବାନମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ ଆଣି ଏକ ଭିଡିଓ ଭାଇରାଲ୍‌ କରିବା ପରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ସେ ସେପ୍ଟେମ୍ବର ଜନନାୟକ ଜନତା ପାର୍ଟିରେ ଯୋଗ ଦେଇଥିଲେ।

Kannada Prabha

୨୦୧୭ ମସିହାରେ ତେଜ୍‌ ବାହାଦୁର ରିଲିଜ୍‌ କରିଥିବା ଭିିଡିଓରେ ଯବାନଙ୍କୁ ଦିଆଯାଉଥିବା ଖାଦ୍ୟ   ନିମ୍ନ ମାନର ଥିବା ଦେଖିବାକୁ ମିଳିିଥିଲା। ସେ ନିଜର ଉଚ୍ଚ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ବିଭାଗୀୟ ଗୋପନୀୟତାକୁ ସିଧାସଳଖ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିବା ପରେ ତାଙ୍କୁ ଚାକିିରିରୁ ବାହାର କରି ଦିଆଯାଇଥିଲା।

ହରିୟାଣା ବିଧାନସଭା ନିର୍ବାଚନରେ ୧୦ଟି ଆସନ ଜିତିଥିବା ଜେଜେପି ନିଜର ସମର୍ଥନ ବିଜେପିକୁ ଦେବା କାରଣରୁ ତେଜ୍‌ ବାହାଦୁର ଦଳ ଛାଡ଼ିବା ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର