ଲଣ୍ଡନ: କ୍ରିକେଟ୍‌ରେ ବର୍ଷା ପରେ ମ୍ୟାଚର ଫଳାଫଳ ପାଇବା ପାଇଁ ଡକୱର୍ଥ-ଲୁଇସ୍-ଷ୍ଟର୍ନ ପଦ୍ଧତି ବ୍ୟବହୃତ ହୁଏ । ଏହି ନିୟମର ସୃଷ୍ଟିକର୍ତ୍ତାମାନଙ୍କ ମଧ୍ୟରୁ ଫ୍ରାଙ୍କ ଡକୱର୍ଥଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା।

Advertisment

ସେ, ତାଙ୍କ ସାଥୀ ଟନି ଲୁଇସଙ୍କ ସହ, ବର୍ଷା କିମ୍ବା ଅନ୍ୟାନ୍ୟ କାରଣରୁ ବାଧାପ୍ରାପ୍ତ ସୀମିତ ଓଭର ମ୍ୟାଚରେ ଉଚିତ ଫଳାଫଳ କରିବାକୁ ଏହି ନିୟମ ପ୍ରସ୍ତୁତ କରିଥିଲେ। ୧୯୯୭ରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏହି ନିୟମ ଲାଗୁ କରାଯାଇଥିଲା। ୨୦୦୧ରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ୱାରା ଏହି ନିୟମ ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଥିଲା ।

ଏହି ନିୟମ ପ୍ରଥମେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୧୯୯୭ରେ ପ୍ରବର୍ତ୍ତିତ ହୋଇଥିଲା ଏବଂ ୨୦୦୧ରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ଏହା ଅଧିକାରିକ ଭାବରେ ଗ୍ରହଣ କରାଯାଇଥିଲା।

ଟି-୨୦ ବିଶ୍ୱକପ ୨୦୨୪ର ସୁପର ୮ ମ୍ୟାଚରେ ଆଫଗାନିସ୍ତାନ ବାଂଲାଦେଶ ମ୍ୟାଚ୍‌ରେ ବର୍ଷା ହୋଇଥିଲା। ଯାହା ପରେ ଡକୱର୍ଥ-ଲୁଇସ୍ ନିୟମ ବ୍ୟବହାର କରାଯାଇଥିଲ। ଏହି ନିୟମରେ, ଜଟିଳ ପରିସଂଖ୍ୟାନ ବିଶ୍ଳେଷଣ ଉପରେ ଆଧାର କରି ଦଳକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଦିଆଯାଇଥିଲା। ଏହି ଲକ୍ଷ୍ୟ ସ୍ଥିର କରିବାରେ ଅବଶିଷ୍ଟ ୱିକେଟ୍ ଏବଂ ଅବଶିଷ୍ଟ ଓଭର ମଧ୍ୟ ଗଣାଯାଇଥାଏ।

ଡକୱର୍ଥ ଏବଂ ଲୁଇସ୍ ୨୦୧୪ରେ ଅବସର ନେଇଥିଲେ। ଏହା ପରେ ଏହି ନିୟମର ନାମ ଡିଏଲ୍ଏସ୍‌ରେ ପରିବର୍ତ୍ତିତ ହୋଇଥିଲା।