ସାମ୍ନାକୁ ଆସିଲା ସାଧ୍ୱୀ ପ୍ରଜ୍ଞାଙ୍କ ଅସଲ ଚେହେରା ! ଚିକିତ୍ସା କରିଥିବା ଡ଼ାକ୍ତର କହିଲେ; ଗୋମୂତ୍ର ନୁହେଁ ସର୍ଜରୀ ଦ୍ୱାରା ଭଲ ହୋଇଥିଲେ ପ୍ରଜ୍ଞା
ନୂଆଦିଲ୍ଲୀ : ଭୋପାଳରୁ ଲୋକସଭା ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା କିଛି ଦିନ ତଳେ ଏକ ଅଜବ ଦାବି କରିଥିଲେ । ଗୋମୂତ୍ର ପିଇ ସେ ନିଜ ସ୍ତନ କର୍କଟ ରୋଗକୁ ଭଲ କରି ପାରିଥିଲେ ବୋଲି କହିବା ପରେ ଖବରଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏବେ ଏ ନେଇ ସାଧ୍ୱୀ ପ୍ରଜ୍ଞାଙ୍କ ଚିକିତ୍ସା କରିଥିବା ଡ଼ାକ୍ତର ଏକ ବଡ଼ ଖୁଲାସା କରିଛନ୍ତି । ସାଧ୍ୱୀ ପ୍ରଜ୍ଞାଙ୍କ ଦାବିକୁ ମିଛ ବୋଲି କହିବା ସହ ଗୋମୂତ୍ର ନୁହେଁ ବରଂ ସର୍ଜରୀ ଦ୍ୱାରା ତାଙ୍କର କର୍କଟ ରୋଗ ଭଲ ହୋଇଥିଲା ବୋଲି କହିଛନ୍ତି ଡ଼ାକ୍ତର । ରାମ ମନୋହର ଲୋହିଆ ଇନ୍ଷ୍ଟିଚ୍ୟୁଟ୍ର ସର୍ଜନ ଡ଼ାକ୍ତର ଏସ୍ଏସ୍ ରାଜପୁତ୍ ଏହି ଦାବି କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
‘ଦ ହିନ୍ଦୁ’କୁ ସାକ୍ଷତକାର ଦେଇ ସର୍ଜନ ଡ଼ାକ୍ତର ଏସ୍ଏସ୍ ରାଜପୁତ୍ କହିଛନ୍ତି, “ମୁଁ ୩ଥର ସାଧ୍ୱୀ ପ୍ରଜ୍ଞାଙ୍କ ଚିକିତ୍ସା କରିଛି । ତାଙ୍କୁ ଷ୍ଟେଜ୍-୧ ସ୍ତନ କର୍କଟ ରୋଗ ହୋଇଥିବା ବେଳେ ସେ ନିଜର ଚିକିତ୍ସା ଆରମ୍ଭ କରିଥିଲେ । ୨୦୦୮ରେ ମୁଁ ମୁମ୍ବାଇର ଜେଜେ ହସ୍ପିଟାଲରେ ତାଙ୍କର ସର୍ଜରୀ କରାଇଥିଲି। ଏହା ପରେ ଭୋପାଳରେ ତାଙ୍କର ଦ୍ୱିତୀୟ ସର୍ଜରୀ କରାଯାଇଥିଲା । ୨୦୧୭ରେ ରାମ ମନୋହର ଲୋହିଆ ଡ଼ାକ୍ତରଖାନାରେ ତାଙ୍କର ତୃତୀୟ ସର୍ଜରୀ କରାଯାଇଥିଲା । ତୃତୀୟ ସର୍ଜରୀ ପରେ ତାଙ୍କ କର୍କଟ ରୋଗ ସଂପୂର୍ଣ୍ଣ ଭଲ ହୋଇ ଯାଇଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା” ବୋଲି କହିଛନ୍ତି ଡ଼ାକ୍ତର ଏସ୍ଏସ୍ ରାଜପୁତ୍ ।