ହୁଇଲ୍ ଚେୟାରରେ ବସି ସଂସଦ ଭବନରେ ପହଞ୍ଚିଲେ ସାଧ୍ୱୀ ପ୍ରଜ୍ଞା, ପ୍ରଧାନମନ୍ତ୍ରୀ ମୋଦୀ କଲେ ଅଣଦେଖା!
ନୂଆଦିଲ୍ଲୀ: ଭୋପାଳରୁ ନବ ନିର୍ବାଚିତ ବିଜେପିର ଲୋକସଭା ସଦସ୍ୟ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ହୁଇଲ୍ ଚେୟାରରେ ବସି ସଂସଦ ଭବନରେ ପହଞ୍ଚଥିଲେ। ସମସ୍ତ ସଂସଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରିଥିଲେ।
ସଂସଦ ଭବନରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନବ ନିର୍ବାଚିତ ସାଂସଦମାନଙ୍କ ଅଭିନନ୍ଦନ ଗ୍ରହଣ କରୁଥିଲେ, ସେହି ସମୟରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ପରାଜିତ କରିଥିବା ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ହୁଇଲ ଚେୟାରରେ ବସି ସେଠାରେ ପହଞ୍ଚିଥିଲେ, କିନ୍ତୁ ସେହି ସମୟରେ ପ୍ରଧାନମନ୍ତ୍ରୀ ପ୍ରଜ୍ଞାଙ୍କୁ ଅଣ ଦେଖା କରିଥିବା ଚର୍ଚ୍ଚାର ବିଷୟ ହେଉଛି।
ନରେନ୍ଦ୍ର ମୋଦୀ ସାଧ୍ୱୀ ପ୍ରଜ୍ଞାଙ୍କର ଶୁଭେଚ୍ଛା ସ୍ୱୀକାର ନ କରି ଆଗ ଧାଡ଼ିକୁ ଚାଲିଯାଇଥିଲେ ବୋଲି କୁହାଯାଉଛି।
ଏଠାରେ ସୂଚନାଯୋଗ୍ୟ ଯେ ରାଷ୍ଟ୍ରଜନକ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ ବୋଲି କହି ବିବାଦରେ ଛନ୍ଦି ହୋଇଥିଲେ ସାଧ୍ୱୀ ପ୍ରଜ୍ଞା ଠାକୁର।ଏହି ବୟାନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ କ୍ଷମା ଦେବେ ନାହିଁ ବୋଲି କହିଥିଲେ।