ଭୋପାଳ: ଏଥର ବିଜେପିର ଗଡ଼ ବୋଲି କୁହାଯାଉଥିବା ମଧ୍ୟପ୍ରଦେଶର ଭୋପାଳ ଲୋକସଭା ଆସନରୁ ବିଜେପି ସାଧ୍ୱୀ ପ୍ରଜ୍ଞାଙ୍କୁ ପ୍ରାର୍ଥୀ କରିବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏଥିଲାଗି ଆଜି ସନ୍ଧ୍ୟାରେ ବିଧିବଦ୍ଧ ଭାବେ ଘୋଷଣା ହୋଇପାରେ। ଏହାପୂର୍ବରୁ ଆଜି ସାଧ୍ୱୀ ପ୍ରଜ୍ଞା ଭୋପାଳର ବିଜେପି ଅଫିସକୁ ଯାଇ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ସେ ଦଳର କର୍ମୀ ଏବଂ ନେତାଙ୍କ ସହ ଏକ ବୈଠକ ବି କରିଛନ୍ତି। ସାଧ୍ୱୀ ପ୍ରଜ୍ଞା କହିଛନ୍ତି ଯେ ନିର୍ବାଚନ ଲଢ଼ିବେ ଏବଂ ନିଶ୍ଚିତ ଜିତିବେ ।
Sadhvi Pragya Singh Thakur in Bhopal: I have formally joined BJP, I will contest elections and will win also. #LokSabhaElections2019pic.twitter.com/siAsXSMm1U
— ANI (@ANI) 17 April 2019
ଭୋପାଳ ଲୋକସଭା ଆସନରୁ ବରିଷ୍ଠ ନେତା ଦିଗବିଜୟ ସିଂହ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ୨୦୦୮ରେ ମାଲେଗାଓଁ ବିସ୍ଫୋରଣ ମାମଲାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ଗତ ବର୍ଷ ଏନଆଇଏ କୋର୍ଟ ପ୍ରମାଣ ଅଭାବରେ ନିର୍ଦ୍ଦୋଷରେ ଖଲାସ କରିଥିଲେ। ୧୯୮୯ ମସିହାରୁ ଏ ଯାଏଁ ଭୋପାଳରୁ ବିଜେପି ପ୍ରାର୍ଥୀ ସୁମିତ୍ରା ମହାଜନ ବିଜୟୀ ହୋଇ ଆସିଥିଲେ,ମାତ୍ର ଏଥର ସେ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେଇଛନ୍ତି।