ନୂଆଦିଲ୍ଲୀ: ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ପରେ ମଇ ୩୦ (ଗୁରୁବାର)ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହ ସମ୍ପନ୍ନ ହୋଇଥିଲା। ରାଷ୍ଟ୍ରପତି ଭବନରେ ଆୟୋଜିତ ଏହି ଶପଥ ସମାରୋହରେ ଦେଶ-ବିଦେଶରୁ ପାଖାପାଖି ୬ହଜାର ଅତିଥି ସାମିଲ ହୋଇଥିଲେ। ଏହି ସମୟରେ ଭାରତୀୟ ଜନତା ପାର୍ଟିର ସମସ୍ତ ପ୍ରମୁଖ ନେତା କାର୍ଯ୍ୟକ୍ରମରେ ମହଜୁଦ ଥିଲେ। ମାତ୍ର ଭୋପାଳ ଲୋକସଭା ଆସନରୁ ଭାଜପାର ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ଏହି ସମାରୋହରେ ନଜର ଆସି ନ ଥିଲେ। ଏମିତିରେ ସାଧ୍ବୀ ପ୍ରଜ୍ଞା ଶପଥ ଗ୍ରହଣର ଗୋଟିଏ ଦିନ ପୂର୍ବରୁ ଦିଲ୍ଲୀ ପହଞ୍ଚି ଯାଇଥିଲେ। ସେ ବୁଧବାର ସଂସଦର ସେଣ୍ଟ୍ରାଲ ହଲରେ ବିଜେପି ଓ ଏନ୍‌ଡିଏ ସଂସଦୀୟ ଦଳର ବୈଠକରେ ବି ସାମିଲ ହୋଇଥିଲେ। କିନ୍ତୁ ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାଧ୍ବୀ ପ୍ରଜ୍ଞାଙ୍କ ଉପସ୍ଥିତ ନହେବାକୁ ନେଇ ବିଭିନ୍ନ ପ୍ରକାର ପ୍ରଶ୍ନ ଉଠୁଛି।

Advertisment

publive-image

ସୂଚନାଯୋଗ୍ୟ, ସାଧ୍ବୀ ପ୍ରଜ୍ଞା ବୁଧବାରରୁ ଶୁକ୍ରବାର ପର୍ଯ୍ୟନ୍ତ ଦିଲ୍ଲୀରେ ଥିଲେ। ଏହି ସମୟରେ ସେ ବୁଧବାରକୁ ବିଜେପି ଓ ଏନ୍‌ଡିଏ ସଂସଦୀୟ ଦଳର ବୈଠକରେ ସାମିଲ ହୋଇଥିଲେ। ତେବେ ଗୁରୁବାର ଅର୍ଥାତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣରେ ସାମିଲ ହୋଇ ନଥିଲେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଯେତେବେଳେ ବିଜେପିର ନୂଆ ସାଂସଦ ଶପଥ ସମାରୋହ ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମାଧୀସ୍ଥଳରେ ପହଞ୍ଚିଥିଲେ ସେତେବେଳେ ପ୍ରଜ୍ଞା ଠାକୁର ସେମାନଙ୍କ ସହ ନଜର ଆସି ନ ଥିଲେ। ଏମିତିରେ କଥା ଉଠୁଛି କି କ’ଣ ପ୍ରଧାନମନ୍ତ୍ରୀଙ୍କ ଅସନ୍ତୋଷ ହେତୁ ଭୋପାଳ ସାଂସଦ ସ୍ୱାଧୀ ପ୍ରଜ୍ଞା ସିଂହ ଠାକୁର ଶପଥ ସମାରୋହରେ ସାମିଲ ହେବାକୁ ପହଞ୍ଚି ନଥିଲେ।

publive-image

ଏହାପୂର୍ବରୁ ବୁଧବାର ସଂସଦର ସେଣ୍ଟ୍ରାଲ ହଲରେ ଯେତେବେଳେ ଏନ୍‌ଡିଏର ବୈଠକ ହୋଇଥିଲା ପ୍ରଧାନମନ୍ତ୍ରୀଙ୍କୁ ମେଣ୍ଟର ନେତା ବଛା ଯାଇଥିଲା, ଏହି ସମୟରେ ସେଠାରେ ଥିବା ସାଂସଦ ତାଙ୍କୁ ଶୁଭେଚ୍ଛା ଦେଉଥିଲେ। କୁହାଯାଉଛି କି ଏହି ସମୟରେ ସ୍ୱାଧୀ ପ୍ରଜ୍ଞା ବି ଶୁଭେଚ୍ଛା ଦେବା ପାଇଁ ଆଗକୁ ବଢ଼ିଥିଲେ, ମୋଦି ତାଙ୍କୁ ଅଣଦେଖା କରି ଦେଇଥିଲେ। ତେବେ ସ୍ୱାଧୀ ପ୍ରଜ୍ଞା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶଭକ୍ତ ବୋଲି କହିଥିଲେ। ଏଥିରେ ଅସନ୍ତୋଷ ବ୍ୟକ୍ତ କରି ମୋଦି କହିଥିଲେ ବାପୁଙ୍କ ଅପମାନ କରିଥିବା ବ୍ୟକ୍ତିଙ୍କୁ ସେ କେବେ କ୍ଷମା ଦେବେ ନାହିଁ। ପରେ ଏହି କଥାକୁ ନେଇ ସ୍ୱାଧୀ କ୍ଷମା ମଧ୍ୟ ମାଗି ଥିଲେ।