ସାଂସଦ ହେବା ପରେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନ : ପୂର୍ବ ଭଳି ଭିକ୍ଷା ମାଗି ଚଳିବି, ଯାହା ବି ଦରମା ମିଳିବ ତାକୁ ଲୋକମାନଙ୍କ ଉନ୍ନତି ପାଇଁ ଲଗାଇବି

ଭୋପାଳ : ମଧ୍ୟପ୍ରଦେଶର ଭୋପାଳ ଆସନରୁ ଦିଗ୍ଗଜ ନେତା ଦିଗ୍‌ବିଜୟ ସିଂହଙ୍କୁ ୩,୬୪,୮୨୨ଭୋଟରେ ହରାଇ ବିଜୟ ହାସଲ କରିଥିଲେ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା । ନିର୍ବାଚନ ଜିତିବା ପରେ ମଧ୍ୟ ତାଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି କହିଛନ୍ତି ସାଧ୍ୱୀ ପ୍ରଜ୍ଞା । ସେ ପୂର୍ବ ଭଳି ଭିକ୍ଷା ମାଗି ଜୀବନ ବିତାଇବା ସହ ସାସଂଦ ଭାବରେ ତାଙ୍କୁ ଯାହା ଅର୍ଥ ମିଳିବ ତାକୁ ସେ ଜନତାଙ୍କ ହିତରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି । ଗାଜିଆବାଦରେ ଆୟୋଜିତ କରାଯାଇଥିବା ବୀର ସବରକରଙ୍କ ଜୟନ୍ତୀ ଅବସରରେ ସାଧ୍ୱୀ ପ୍ରଜ୍ଞା ଯୋଗ ଦେଇ ଏଭଳି ବୟାନ ଦେଇଥିଲେ ବୋଲି ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ଲୋକସଭା ପ୍ରାର୍ଥୀଭାବେ ନିର୍ବାଚନ ଲଢ଼ିଥିବା ସାଧ୍ୱୀ ପ୍ରଜ୍ଞା ନିଜ ଆଫିଡେଭିଟ୍‌ରେ ପେଶାରେ ସେ ଜଣେ ଭିକାରୀ ବୋଲି ଲେଖିଥିଲେ । ଭିକାରୀ ହୋଇ ମଧ୍ୟ ତାଙ୍କ ପାଖରେ ୪,୪୪,୨୨୪ଟଙ୍କାର ସମ୍ପତ୍ତି ରହିଥିବା ଜଣା ପଡ଼ିଛି । ନିର୍ବାଚନୀ ପ୍ରମାଣପତ୍ରରେ ତାଙ୍କ ପାଖରେ ୯୦,୦୦୦ ନଗଦ ଟଙ୍କା ଥିବା ବେଳେ ଗୋଟେ ବ୍ୟାଙ୍କରେ ୮୮,୮୨୪ଟଙ୍କା ଏବଂ ଅନ୍ୟ ଏକ ବ୍ୟାଙ୍କରେ ୧୧ହଜାର ଟଙ୍କା ରହିଥିବା ଲେଖିଥିଲେ ।

ସମ୍ବନ୍ଧିତ ଖବର