ନୂଆଦିଲ୍ଲୀ: ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଜମହଲ ପରିସର ଅପରିଷ୍କାର ହୋଇପଡ଼ିଛି। ଏହି ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରୁ ଆସୁଛି ଦୁର୍ଗନ୍ଧ । ଚାରିଆଡ଼େ ଜମା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ତାଜ ପରିସରରୁ ଉଠିପାରୁନାହିଁ ଅଳିଆ। ଉଚିତ ସମୟରେ ଦରମା ନମିଳିବାରୁ ସଫେଇ କର୍ମଚାରୀମାନେ କାମ ବନ୍ଦ କରିଦେଇଛନ୍ତି । ଗତ ବୁଧବାର ଠାରୁ ତାଜମହଲର ସଫେଇ ଦାୟିତ୍ବରେ ଥିବା ୨୮ କର୍ମଚାରୀ କାମ ବନ୍ଦ କରିବା ହେତୁ ଏହାର ପରିସର ଅଳିଆ ଆବର୍ଜନାପୂର୍ଣ୍ଣ ହୋଇଉଠିଛି।
Amar Ujalaଏହି ସ୍ଥିତି ଜାରି ରହିଲେ ତାଜମହଲକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ କମିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବେତନ ନମିଳିବାରୁ ୨୮ ଜଣ ସଫେଇ କର୍ମଚାରୀ ବୁଧବାର ଓ ଗୁରୁବାର କାମ ବନ୍ଦ ଆନ୍ଦୋଳନ କରିଥିଲେ । ବିଗତ ତିନି ମାସ ଧରି ବିକ୍ଷୋଭ ପ୍ରଦର୍ଶନ କଲେ ମଧ୍ୟ ସଫେଇ କର୍ମଚାରୀଙ୍କୁ ବେତନ ମିଳିନି । ସେଥିପାଇଁ ବାଧ୍ୟହୋଇ କର୍ମଚାରୀମାନେ ଏହି ରାସ୍ତା ଆପଣାଇଛନ୍ତି । ଟଙ୍କା ଅଭାବରୁ ଜଣେ ସଫେଇ କର୍ମଚାରୀଙ୍କ ପତ୍ନୀ ଚିକିତ୍ସା ନପାଇ ମେଡ଼ିକାଲରେ ପ୍ରାଣ ହରାଇବା ପରେ ଆନ୍ଦୋଳନ ତୀବ୍ର ହୋଇଛି ।
ତାଜମହଲକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସନ୍ତି । ବିଦେଶୀ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ତାଜମହଲ ଭ୍ରମଣରେ ଆସିଥାଅଆନ୍ତି। ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁଁ ଭାରତର ଗୌରବ ଉପରେ ଖରାପ ପ୍ରଭାବ ପକାଉଛି । କେନ୍ଦ୍ର ସରକାର ଏ ଦିଗରେ ସଚେତନ ହେବା ଜରୁରୀ । ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରି ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଉଚିତ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Smell-From-Taj-Mahal_Thumbnail_2.jpg)