କରୋନା ଔଷଧ ମୋଲନୁପିରାଭିର ସୁରକ୍ଷା ଉପରେ ପ୍ରଶ୍ନ ଉଠାଇଲା ଆଇସିଏମଆର

ନୂଆଦିଲ୍ଲୀ : ଦେଶର ଦୁଇଟି ଫାର୍ମା କମ୍ପାନି ଡ.ରେଡ୍ଡୀ ଓ ମାନକାଇଣ୍ଡ୍ ପକ୍ଷରୁ କରୋନା ଔଷଧ ମଲନୁପିରାଭିର ବଜାରକୁ ଛାଡ଼ିଥିବାବେଳେ ଏହି ଔଷଧକୁ ନେଇ ଆଇସିଏମଆର ପକ୍ଷରୁ ଚିନ୍ତା ପ୍ରକଟ କରାଯାଇଛି । ଆଇସିଏମଆର ଡିଜି ଡ.ବଳରାମ ଭାର୍ଗବ କହିଛନ୍ତି, ଏହି ଔଷଧର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ରହିଛି । ଏହି ଔଷଧ ଖାଇଲେ ଗୁରୁତର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଉଛି । ଏପରିକି ଏହି ଔଷଧ ଖାଇଲେ ଗର୍ଭରେ ଥିବା ଶିଶୁ ଗୁରୁତରଭାବେ ପ୍ରଭାବିତ ହୋଇପାରେ ।  ଏଣୁ ଏହି ଔଷଧ ଖାଇବାର ତିନିମାସ ପର୍ଯ୍ୟନ୍ତ ମାତାପିତାମାନେ ସନ୍ତାନ ପାଇଁ ଉଦ୍ୟମ କରିବା ଉଚିତ ନୁହେଁ ବୋଲି ସେ କହିଛନ୍ତି ।

ଡ. ରେଡ୍ଡୀ ପକ୍ଷରୁ ମୋଲଫ୍ଲୁ  ନାମରେ ଏହି ଔଷଧ ବଜାରକୁ ଛଡ଼ାଯାଇଛି । ଏହି କ୍ୟାପସୁଲର ମୂଲ୍ୟ ରଖାଯାଇଛି ୩୫ ଟଙ୍କା । ଗୋଟିଏ ଷ୍ଟ୍ରିପରେ ୧୦ଟି କ୍ୟାପସୁଲ ରହିଛି । କରୋନା ଚିକିତ୍ସା ପାଇଁ ୫ ଦିନରେ ୪୦ଟି କ୍ୟାପସୁଲ ବିଶିଷ୍ଟ କୋର୍ସ ପୂରଣ କରିବାକୁ ପଡ଼ିବ । ଏହି ୪୦ଟି କ୍ୟାପସୁଲ ବିଶିଷ୍ଟ କୋର୍ସର ମୂଲ୍ୟ ୧୪୦୦ ଟଙ୍କା ରଖାଯାଇଛି । ଆସନ୍ତା ସପ୍ତାହ ଆରମ୍ଭ ସୁଦ୍ଧା ଦେଶର ବିଭିନ୍ନ ଅଞ୍ଚଳରେ ଏହି କ୍ୟାପସୁଲ ଉପଲବ୍ଧ ହେବ । ମାନକାଇଣ୍ଡ ପକ୍ଷରୁ ମୋଲୁଲାଇଫ୍ ନାମରେ ଏହି କ୍ୟାପସୁଲ ଛଡ଼ାଯାଇଛି ।

ସମ୍ବନ୍ଧିତ ଖବର