ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ମଙ୍ଗଳବାର ମାର୍ଚ୍ଚ ୪ ତାରିଖରେ କୁସ୍ତିଯୋଦ୍ଧା ସୁଶୀଲ କୁମାରଙ୍କୁ ସାଗର ଧନଖଡ଼ଙ୍କ ହତ୍ୟାକାଣ୍ଡ ମାମଲାରେ ଜାମିନ ଦେଇଛନ୍ତି ।
୨୦୨୧ରେ ମଇ ୪ ତାରିଖରେ ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମରେ କୁସ୍ତିଯୋଦ୍ଧା ଖେଳ ଆୟୋଜନ କରିଥିଲେ । ଏହି ସମୟରେ ଜୁନିଅର କୁସ୍ତିଯୋଦ୍ଧା ସାଗର ଧନଖଡଙ୍କ ଉପରେ କୌଣସି କାରଣରୁ ସୁଶୀଲ କୁମାର ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସାଗରଙ୍କ ଜୀବନ ଚାଲିଯାଇଥିଲା । ଏହି ହତ୍ୟା ଘଟଣାରେ ସୁଶୀଲ କୁମାରଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସାଗରଙ୍କୁ ହତ୍ୟା କରିବାରେ ସୁଶୀଲଙ୍କ ବ୍ୟତୀତଙ୍କ ତାଙ୍କ ସାଙ୍ଗ ସୋନୁ ଏବଂ ଅନ୍ୟ ୩ ଜଣଙ୍କ ହାତ ରହିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଥିଲା।
ସୁଶୀଲ କୁମାରଙ୍କୁ ହାଇକୋର୍ଟର ବିଚାରପତି ସଞ୍ଜୀବ ନରୁଲା ୫୦ ଟଙ୍କାର ବଣ୍ଡରେ ଜାମିନ ଦେଇଛନ୍ତି । ଏକ ସମ୍ପତ୍ତି ମାମଲାକୁ ନେଇ ଏହି ବିବାଦ ଆରମ୍ଭ ହୋଇଥିଲା। ଏହାପୂର୍ବରୁ ଜୁଲାଇ ୨୦୨୩ରେ ସୁଶୀଲଙ୍କ ଆଣ୍ଠୁର ଅସ୍ତ୍ରୋପଚାର ପାଇଁ ୭ ଦିନର ଅନ୍ତରୀଣ ଜାମିନ ମିଳିଥିଲା ।
ଦୁଇ ଥର ଅଲମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମ ଅଖାଡାରୁ ମାତ୍ର ୧୪ ବର୍ଷ ବୟସରେ ନିଜ କ୍ୟାରିଅର ଆରମ୍ଭ କରିଥିଲେ।