ଚିଠି ବିବାଦରେ ମତ ରଖିଲେ ଶାହ, ରାଜ୍ୟପାଳ ଭଲ ଶବ୍ଦ ବ୍ୟବହାର କରିପାରିଥା‌ନ୍ତେ

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶୟାରୀ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ପାଖକୁ ନିକଟରେ ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ଯେଉଁ ଚିଠି ଲେଖିଥିଲେ ତାହାକୁ ନେଇ ବଡ଼ ବିବାଦ ହୋଇଥିଲା। କୋଶୟାରୀ ଚିଠି‌ରେ ବ୍ୟବହାର କରିଥିବା ଶବ୍ଦ ପାଇଁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏହି ଚିଠିରେ ବ୍ୟବହାର ହୋଇଥିବା ଶବ୍ଦ ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରି ମୋଦୀଙ୍କ ପାଖକୁ ଚିଠି ଲେଖିଛନ୍ତି। ତେବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।

ଏକ ସାକ୍ଷାତକାର ଦେବା ସମୟରେ ଶାହ କୋଶୟାରୀଙ୍କ ଚିଠି ଉପରେ ଏକ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ସେ କୋଶୟାରୀଙ୍କ ଚିଠି ପଢ଼ିଛନ୍ତି। ତେବେ କୋଶୟାରୀ କୌଣସି ଉଦ୍ଦେଶ୍ୟ ରଖି ଏହା କହି ନଥିଲେ ମଧ୍ୟ ସେ ଚିଠିରେ ଆହୁରି ଭଲ ଶବ୍ଦ ବ୍ୟବହାର କରିପାରିଥାନ୍ତେ ଏବଂ କିଛି ନିର୍ଦ୍ଦିଷ୍ଟ ଶବ୍ଦ ସେ ବ୍ୟବହାର କରିନଥିଲେ ଚଳିଥାନ୍ତା। ଉଲ୍ଳେଖଯୋଗ୍ୟ ମନ୍ଦିର ଖୋଲା ପ୍ରସଙ୍ଗକୁ ନେଇ ରାଜ୍ୟପାଳ କୋଶୟାରୀ ଉଦ୍ଧବଙ୍କ ପାଖକୁ ଏକ ଚିଠି ଲେଖିଥିଲେ ଏବଂ ଏ ନେଇ ତାଙ୍କର ଆଭିମୁଖ୍ୟକୁ କଡ଼ା ଆକ୍ଷେପ କରିଥିଲେ।

ସମ୍ବନ୍ଧିତ ଖବର