ନୀତୀଶଙ୍କୁ ‌ଶେଷ ମୁହୂର୍ତ୍ତରେ ଫୋନ୍‌ କରିଥିଲେ ଶାହ

ମୁମ୍ବାଇ : ନୀତୀଶ କୁମାର ଆଜି ବିଜେପି ସହ ମେଣ୍ଟ ଭାଙ୍ଗିଛନ୍ତି। ତେବେ ନୀତୀଶ ବିଜେପି ସହ ‌ମେଣ୍ଟ ଭାଙ୍ଗିବେ ବୋଲି ପୁର୍ବରୁ ବିଜେପିର କିଛି ‌‌ନେତା ଅବଗତ ଥିଲେ। ୨୦୨୪ ଲୋକସଭା ନିର୍ବାଚନ ନୀତୀଶଙ୍କ ମୁଖ୍ୟ ଲକ୍ଷ୍ୟ। ୨୦୨୪ ଲୋକସଭା ନିର୍ବାଚନରେ ନୀତୀଶ ବିରୋଧୀ ଦଳମାନଙ୍କର ନେତୃତ୍ବ ନେବାପାଇଁ ଲକ୍ଷ୍ୟ ରଖିଛନ୍ତି। ନୀତୀଶଙ୍କର ନିଷ୍ପତ୍ତି ସଂକ୍ରାନ୍ତରେ ସ୍ପଷ୍ଟ ହେବାପରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗତକାଲି ନୀତୀଶଙ୍କୁ ଫୋନ୍‌ କରିଥିଲେ। ଦଳର ବରିଷ୍ଠ ନେତା ମଧ୍ୟ ନୀତୀଶଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ନୀତୀଶଙ୍କୁ ଅନେକ ସମୟ ବୁଝାଇବାପରେ ମଧ୍ୟ ସେମାନେ ଏଥିରେ ବିଫଳ ହୋଇଛନ୍ତି।

ସମ୍ବନ୍ଧିତ ଖବର