ଥିରୁବନନ୍ତପୁରମ୍: ସବରିମାଳା ମନ୍ଦିରରେ ମହିଳାଙ୍କୁ ପ୍ରେବଶ କରାଇ ନଦେବାପାଇଁ ପ୍ରତିବାଦ ଆନ୍ଦୋଳନ ଜୋର୍ଦାର ହୋଇଥିବା ବେଳେ ପୁଲିସ ଏବେ ଏହି ମାମଲାରେ ପ୍ରାୟ ୨୮୦୦ ଆନ୍ଦୋଳକାରୀଙ୍କୁ ଗିରଫ କରିଛି। ତେବେ ସୁପ୍ରିମ୍ କୋର୍ଟ ରାୟକୁ କାର୍ଯ୍ୟକାରୀ କରିବା ବାହାନାରେ ଆୟାପ୍ପା ଭକ୍ତଙ୍କୁ କେରଳର ବାମପନ୍ଥୀ ସରକାର ଦମନ କରିବାକୁ ଚେଷ୍ଟା ଚଳାଇଛନ୍ତି ଏବଂ ଏଥିପାଇଁ ପୁଲିସ ବାହିନୀକୁ ବ୍ୟବହାର କରୁଛନ୍ତି ବୋଲି ବିଜେପି ମୁଖ୍ୟ ଅମିତ ଶାହ କହିଛନ୍ତି। ଆଜି କେରଳ ଗସ୍ତରେ ଥିବା ଶାହ କହିଛନ୍ତି ଯଦି ସରକାର ଦମନ ନୀତି ଜାରି ରଖିବେ ତା’ହେଲେ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। ଲୋକଙ୍କ ଭାବନା ସହ ଖେଳୁଥିବା ସରକାରକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଶାହ ଧମକ ଦେଇଛନ୍ତି। ଆୟାପ୍ପା ଭକ୍ତଙ୍କ ଗଣଗିରଫଦାରୀକୁ ଜୋରଦାର ବିରୋଧ କରି ଅମିତ ଶାହ ଆଜି କନ୍ନୁରରେ ଏକ ରୢାଲିରେ କହିଛନ୍ତି ଯେ ବାମ ସରକାର ବିଜେପି ଏବଂ ଆରଏସଏସ୍ କର୍ମୀଙ୍କୁ ଟାର୍ଗେଟ୍ କରିବାପାଇଁ କ୍ଷମତାର ଅପବ୍ୟବହାର କରୁଛି । କେରଳରେ ଏବେ ଧାର୍ମିକ ବିଶ୍ବାସ ଏବଂ ରାଜ୍ୟ ସରକାରଙ୍କ ନୃଶଂସତା ମଧ୍ୟେର ସଂଘର୍ଷ ଜାରି ରହିଛି ଏବଂ ବାମ ସରକାର ସବରିମାଳା ପ୍ରସଙ୍ଗକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି। ସୁପ୍ରିମ୍ କୋର୍ଟ ରାୟକୁ ବାହାନା କରି ସରକାର ନିଆଁ ସହ ଖେଳୁଛନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶାହଙ୍କ ଏଭଳି ଚେତାବନୀର ଜବାବରେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ କହିଛନ୍ତି ଯେ ଶାହଙ୍କ ଏଭଳି ବୟାନ ଅସାମ୍ବିଧାନିକ। ଶାହଙ୍କ ମନ୍ତବ୍ୟ ସୁପ୍ରିମେକାର୍ଟ ଏବଂ ସମ୍ବିଧାନ ଉପରେ ଆକ୍ରମଣ ବୋଲି ସେ କହିଛନ୍ତି।
କେରଳ ସରକାରଙ୍କୁ ଶାହଙ୍କ ଧମକ
ଆୟାପ୍ପା ଭକ୍ତଙ୍କୁ ଦମନ କଲେ ବହୁମୂଲ୍ୟ ଦେବାକୁ ପଡ଼ିବ, ସୁପ୍ରିମେକାର୍ଟ ଏବଂ ସମ୍ବିଧାନ ଉପରେ ଆକ୍ରମଣ: ବିଜୟନ୍
/sambad/media/post_attachments/wp-content/uploads/2018/10/amitshahjpg.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)