କରୋନାରେ ପୂର୍ବତନ ଆରଜେଡି ସାଂସଦ ମହମ୍ମଦ ସାହାବୁଦ୍ଦିନର ପରଲୋକ

ନୂଆଦିଲ୍ଲୀ :  ଏକ ହତ୍ୟା ମାମଲାରେ ତିହାର ଜେଲରେ ସଜ୍ଜା କାଟୁଥିବା ପୂର୍ବତନ ଆରଜେଡ଼ି ଏମପି ମହମ୍ମଦ ସାହାବୁଦ୍ଦିନର ପରଲୋକ ହୋଇଛି । ସେ କରୋନାରେ ଆକ୍ରାନ୍ତ ହୋଇ ଦୀନ ଦୟାଲ ଉପାଧ୍ୟାୟ  ହସପିଟାଲରେ ଚିକିତ୍ସିତ ହେଉଥିଲା ବୋଲି ଦିଲ୍ଲୀ ଜେଲ ବିଭାଗ ପକ୍ଷରୁ କୁହାଯ଼ାଇଛି  । ମୃତ୍ୟୁବେଳକୁ ତାକୁ ୫୩ ବର୍ଷ ହୋଇଥିଲା ।

ଗତ କିଛି ଦିନ ତଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ଦୁଇଦିନ ତଳେ ତାହାର ଅବସ୍ଥା ଗୁରୁତର ହେବାକୁ ତାକୁ ଦୀନ ଦୟାଲ ଉପାଧ୍ୟାୟ  ହସପିଟାଲରେ ଭର୍ତ୍ତି କରାଯ଼ାଇଥିଲା  ଦୀନ ଦୟାଲ ଉପାଧ୍ୟାୟ  ହସପିଟାଲରେ ଭର୍ତ୍ତି କରାଯ଼ାଇଥିଲା ।

ବିହାରର ସିଓ୍ବାନ ଲୋକସଭା ମଣ୍ଡଳୀର ପୂର୍ବତନ ସାଂସଦ ସାହାବୁଦ୍ଦିନ ନିଜର ଅପରାଧିକ କାର୍ୟ଼୍ୟକଳାପ ପାଇଁ କୁଖ୍ୟାତ ଥିଲା । ତାକୁ କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ତିହାରର ଜେଲ ନଂ୨ରେ ରଖାଯ଼ାଇଥିଲା ।
ଦାଦା ବଟି ନଦେବାରୁ ୨୦୦୪ରେ ସିଓ୍ବାନର ଦୁଇ ଭାଇ ସତୀଶ ଓ ଗିରିଶ ରୋଶନଙ୍କୁ ସାହାବୁଦ୍ଦିନ ହତ୍ୟା କରିଥିଲା । ଏହି ମାମଲାରେ ୯ ଡିସେମ୍ବର ୨୦୧୫ରେ ସିଓ୍ବାନର ଏକ ଅଦାଲତ ତାକୁ ଓ ତାହାର କେତେକ ସହଯ଼ୋଗୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।
ସମ୍ବନ୍ଧିତ ଖବର