ନୂଆଦିଲ୍ଲୀ: ସହାରନପୁର ନିକଟ ‌ଦେଇ ଯାଇଥିବା  ଅମ୍ବାଲା ଓ ଡେରାଡୁନ ଜାତୀୟ ରାଜପଥରେ ଭୟାବହ ସଡ଼କ ଦୁର୍ଘଟଣା ଘଟିଛି। ଓଭରଟେକ କରିବାକୁ ଯାଉଥିବା ବେଳେ ଏକ ଟ୍ରକ କାରକୁ ଧକ୍କା ଦେଇଥିଲା। ଏହି ଧକ୍କା ପରେ କାରରେ ନିଆଁ ଲାଗିଯାଇଥିଲା। ଏହି ନିଆଁରେ କା‌ରରେ ବସିଥିବା ୪ଜଣ ଯାତ୍ରୀ ଘଟଣାସ୍ଥଳରେ ଜିଅଁନ୍ତା ଜିଳିଯାଇଥିଲେ।

Advertisment

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, କାର ଅନ୍ୟ ଏକ ଗାଡ଼ିକୁ ଓଭରଟେକ କରିବାକୁ ଚେଷ୍ଟା କରୁଥିବା ବେଳେ ଟ୍ରକ ସହିତ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟାବହ ଥିଲା କି ଦେଖୁଦେଖୁ କାରରେ ନିଆଁ ଲାଗି ଯାଇଥିଲା।

ଏହି କାରରେ ବସି ଯାତ୍ରା କରୁଥିବା ୪ଜଣ ଯାତ୍ରୀ କାର ଭିତରୁ ବାହାରି ନପାରି ଆଖି ପିଛୁଳାକେ ଜଳି ଯାଇଥିଲେ। ଉକ୍ତ ୪ଜଣ ଯାତ୍ରୀ ତାଙ୍କ ସମ୍ପର୍କୀୟଙ୍କ ମୃତ୍ୟୁ ଖବର ଶୁଣି ସେଠାକୁ ସାମିଲ ହେବାକୁ ଯାଉଥିଲେ। କିନ୍ତୁ ରାସ୍ତାରେ ଯେ ୪ଜଣଙ୍କ ପାଇଁ ଯମ ଜଗି ବସିଥିଲା, ଏକଥା କେହି ସ୍ବପ୍ନରେ ସୁଦ୍ଧା ଭାବି ନଥିଲେ। ମୃତ ୪ଜଣ ଜଣ ଯାତ୍ରୀଙ୍କ ମଧ୍ୟରେ ୨ ଦମ୍ପତ୍ତି ରହିଥିଲେ।

ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ। ଅନେକ ଚେଷ୍ଟାପରେ କାର ଭିତରୁ ୪ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ପୁଲିସ ଉକ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତକଙ୍କ ପରିଚୟ ଜଣାପଡ଼ିଯାଇଛି। ଏମାନେ ହେଲେ ଉମେଶ ଗୋୟଲ(୭୦), ସୁନୀଲ ଗୋୟଲ(୬୫) ଓ ଉମରିସ ଜିନ୍ଦଲ(୫୫) ଓ ଗୀତା ଜିନ୍ଦଲ(୫୦)।