କର୍କଟ ରୋଗର ଚିକିତ୍ସା ପାଇଁ ମୁମ୍ବାଇ ଯାଉଥିଲେ ଦମ୍ପତି, ଲାଞ୍ଚ ନ ଦେବାରୁ ଟ୍ରେନରୁ ଓହ୍ଲାଇଦେଲେ ଟିକେଟ ନିରୀକ୍ଷକ

ମୁଜାଫରନଗର : କର୍କଟ ରୋଗର ଚିକିତ୍ସା ପାଇଁ ନିଜ ସ୍ୱାମୀଙ୍କ ସହ ଉତ୍ତରପ୍ରଦେଶର ସହାରାନପୁରରୁ ମୁମ୍ବାଇ ଯାଉଥିଲେ ଜଣେ ମହିଳା । କିନ୍ତୁ ଅଧା ବାଟରେ ଦମ୍ପତିଙ୍କୁ ଟ୍ରେନରୁ ଓହ୍ଲାଇ ଦିଆ ଯାଇଥିବା ଜଣା ପଡ଼ିଛି । ପ୍ରାଥମିକ ସୂଚନା ଅନୁଯାୟୀ, ଦମ୍ପତି ଟିକେଟ ନିରୀକ୍ଷକଙ୍କୁ ଲାଞ୍ଚ ନ ଦେବାରୁ ଏପରି ଘଟଣା ଘଟିଛି । ଏପ୍ରିଲ ୨୬ରେ ଏହି ଘଟଣା ଘଟଥିବା ବେଳେ ପୀଡ଼ିତା ଏ ନେଇ ଭାରତ ସରକାର ଏବଂ ରେଳ ଅଧିକାରୀମାନଙ୍କୁ ଅଭିଯୋଗ କରିଥିବା ଜଣା ପଡ଼ିଛି ।

jansatta.com

ସୂଚନା ମୁତାବକ, ସହାରାନପୁରରେ ରହୁଥିବା ଶବାନା ଏବଂ ତାଙ୍କ ସ୍ୱାମୀ ଫୁରକାନ ଏପ୍ରିଲ ୨୬ ସକାଳେ ଟ୍ରେନ୍‌ରେ ବସିଥିଲେ । କିନ୍ତୁ ଦୁହିଁଙ୍କର ଟିକେଟ କନ୍‌ଫର୍ମ ହୋଇ ପାରି ନଥିଲା । ଦେଓବନ୍ଦରେ ଟ୍ରେନ ପହଞ୍ଚିବା ପରେ ଟିକେଟ ପରୀକ୍ଷକ ଦୁହିଁଙ୍କ ଟିକେଟ କନ୍‌ଫର୍ମ ହୋଇ ନଥିବା ଦେଖି ତଳକୁ ଓହ୍ଲାଇବା ପାଇଁ କହିଥିଲେ । ଏହା ଶୁଣି ଫୁରକାନ୍‌ ଶବାନାଙ୍କ କର୍କଟ ରୋଗ ହୋଇଥିବା କଥା କହିବା ସହ ଚିକିତ୍ସା ପାଇଁ ମୁମ୍ବାଇ ଯାଉଛୁ ବୋଲି କହିଥିଲେ । କିନ୍ତୁ .ସେମାନଙ୍କୁ ଛାଡ଼ିବା ପରିବର୍ତ୍ତେ ଟିକେଟ ନିରୀକ୍ଷକ ତାଙ୍କୁ ୩ହଜାର ଟଙ୍କା ମାଗିଥିଲେ । ଫୁର୍‌କାନ୍‌ ଦେବାକୁ ଅସମର୍ଥ ବୋଲି କହିବା ପରେ ଟିକେଟ ନିରୀକ୍ଷକ ଦୁହିଁଙ୍କୁ ମୁଜାଫରନଗର ରେଳ ଷ୍ଟେସନରେ ଓହ୍ଲାଇ ଦେଇଥିଲେ । ଯାହା ପରେ ଦମ୍ପତି ବସ ଯୋଗେ ନିଜ ଘରକୁ ଫେରିଥିଲେ ।

ସମ୍ବନ୍ଧିତ ଖବର