ନୂଆଦିଲ୍ଲୀ: ବିହାରର ସହରସା ଜିଲ୍ଲା ରକିୟା ବିଜୟପୁର ୱାର୍ଡ ନମ୍ବର ୬ରେ ବିଷଧର ସାପ ସହିତ ସିନେମା ଗୀତର ତାଳେତାଳେ ନୃତ୍ୟ କରିବା ଜଣେ କଳାକାରଙ୍କୁ ମହଙ୍ଗା ପିଡ଼ିଛି। କାର୍ଯ୍ୟକ୍ରମର ଲାଇଭ ଟେଲିକାଷ୍ଟ ଚାଲିଥିବା ବେଳେ କଳାକାରଙ୍କୁ ବିଷଧର ସାପ ଦଂଶନ କରିଥିବା ଦେଖିବାକୁ ମିଳିଥିଲା। 

Advertisment

ସୂଚନାଯୋଗ୍ୟ, ଏଠାରେ ଛଟପୂଜା ଅବସରରେ  ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିବା କଳାକାରମାନେ ନିଜନିଜର ନୃତ୍ୟ ପରିବେଷଣ କରିଥିଲେ।  ଏହି ସମୟରେ ଜଣେ କଳାକାର ମଞ୍ଚ ଉପରେ ସିନେମାର ଗୀତର ତାଳେତାଳେ ଦୁଇଟି ନାଗସାପକୁ ଗଳାରେ ପକାଇ ନୃତ୍ୟ କରୁଥିଲେ।

ଏତିକି ‌ବେଳେ କୌଣସି କାରଣବଶତଃ ନାଗସାପ ରାଗି ଯାଇ କଳାକାରଙ୍କୁ ମଞ୍ଚ ଉପରେ ଦଂଶନ କରିଥିଲା। ସର୍ପ ଦଂଶନରେ କଳାକାର ଜଣକ ମଞ୍ଚ ଉପରେ ଅଚେତ ହୋଇପଡ଼ିଯାଇଥିଲେ।ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ କଳାକାରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।  ଚିକିତ୍ସା ପରେ ଏବେ ସେ ବିପଦମୁକ୍ତ ଅଛନ୍ତି।

ଏହି ଦୁର୍ଘଟଣାକୁ ସ୍ବୀକାର କରି କାର୍ଯ୍ୟକ୍ରମର ପରିଚାଳକ ଗୌରବ କୁମାର କହିଛନ୍ତି, ‘ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ। କଳାକାରମାନେ ଭିନ୍ନଭିନ୍ନ ଜିଲ୍ଲାକୁ ଯାଇ କାର୍ଯ୍ୟକ୍ରମମାନଙ୍କରେ ସାପ ସହିତ ସିନେମା ଗୀତରେ ନୃତ୍ୟ କରିଥାଆନ୍ତି। ଲୋକେ ଏଭଳି ନୃତ୍ୟକୁ ଦେଖିବା ପାଇଁ ବେଶ ପସନ୍ଦ ବି କରିଥାଆନ୍ତି। କିନ୍ତୁ ଚଳିତଥର ଏମିତି ଏକ ଦୁଃଖଦ ଘଟଣା ଘଟିଯିବ ତାହା କେହି ଚିନ୍ତା ବି କରି ନଥିଲେ।