ନୂଆଦିଲ୍ଲୀ: ଦିଲ୍ଲୀରେ ସିଏଏ ବିରୋଧୀ ହିଂସାବେଳେ ପୁଲିସ ଉପରକୁ ୮ ରାଉଣ୍ଡ ଗୁଳି ଚଳାଇଥିବା ଇସ୍ଲାମିକ କଠୋରପନ୍ଥୀ ଶାହରୁଖକୁ ପୁଲିସ ଗିରଫ କରିଛି। ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହିଂସା ଫଳରେ ଗତକାଲି ଜଣେ ପୁଲିସ କନଷ୍ଟେବଳଙ୍କର ମୃତ୍ୟୁ ହୋଇଥିଲା। ଏହି ହିଂସାରେ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଗତକାଲି ହିଂସାକାଣ୍ଡ ବେଳେ ଶାହରୁଖ ନାମକ ଜଣେ ଇସ୍ଲାମିକ୍ କଠୋରପନ୍ଥୀ ପୁଲିସ ଉପରକୁ ଗୁଳି ଚଳାଉଥିବା ସମୟର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ପୁଲିସ ଏହି ଭିଡ଼ିଓ ଯାଞ୍ଚ କରି ଗୁଳି ଚଳାଇଥିବା ଏହି କଠୋରପନ୍ଥୀର ପରିଚୟ ପାଇଥିଲା। ଗତକାଲି ଦିଲ୍ଲୀର ଜାଫ୍ରାବାଦ ନିକଟସ୍ଥ ମୌଜପୁର ନିକଟରେ ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା
ପୁଲିସ ଉପରକୁ ଗୁଳି ଚଳାଇଥିବା ଶାହରୁଖ୍ ଗିରଫ
/sambad/media/post_attachments/wp-content/uploads/2020/02/download-1-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)