ପୂର୍ବତନ ପାକ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ଭାଇ ସାହାବାଜ ସରିଫ ଗିରଫ

ଇସ୍ଲାମାବାଦ : ପାକିସ୍ତାନ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପାକ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ଭାଇ ଶାହବାଜ ଶରିଫଙ୍କୁ ଆଜି ଗିରଫ କରାଯାଇଛି । ପାକିସ୍ତାନର ଜାତୀୟ ଦୁର୍ନୀତି ନିବାରଣ ସଂସ୍ଥା ଏନଏବି ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି । ବହୁକୋଟି ଟଙ୍କାର ଆଶିଆନା ହାଉସିଂ ଦୁର୍ନୀତିମାମଲାରେ ତାଙ୍କୁ ଗିରଫ କରାଯାଇଥିବା ପାକିସ୍ତାନୀ ସମ୍ବାଦପତ୍ର ଦି ଡନ ପକ୍ଷରୁ କୁହାଯାଇଛି । ସେ ଏବେ ପାକିସ୍ତାନର ନ୍ୟାସନାଲ ଆସେମ୍ବ୍ଲିରେ ବିରୋଧୀ ଦଳ ନେତା ଅଛନ୍ତି । ତାଙ୍କୁ ଆସନ୍ତା କାଲି କୋର୍ଟରେ ହାଜର କରାଯିବ । ଗତ ଜୁଲାଇ ମାସରେ ପାକିସ୍ତାନର ଏନଏବି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ ଓ ତାଙ୍କ ଝିଅ ମରିୟମ ନଓ୍ଵାଜଙ୍କୁ ଗିରଫ କରିଥିଲା । ପାକିସ୍ତାନର ଏକ କୋର୍ଟ ନଓ୍ଵାଜଙ୍କୁ ୧୦ ବର୍ଷ ଓ ମରିୟମଙ୍କୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ତେବେ ଗତ ମାସରେ ନଓ୍ଵାଜ ସରିଫ, ତାଙ୍କ କନ୍ୟା ମରିୟମ ନଓ୍ଵାଜ ଓ ଜ୍ୱାଇଁ ସଫଦର ଅଓ୍ଵାନଙ୍କୁ ଖଲାସ ପାଇଁ ଇସ୍ଲାମାବାଦ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସେ ଜେଲରୁ ମୁକୁଳିଥିଲେ ।

ସମ୍ବନ୍ଧିତ ଖବର