ସାଇବାବା ସମାଧି ଶତବାର୍ଷିକୀ ପାଳନ: ଭକ୍ତମାନଙ୍କ ଠାରୁ ୫. ୯ କୋଟି ଟଙ୍କା ଅନୁଦାନ ପାଇଲା ଶିରିଡ଼ି ମନ୍ଦିର

ଶିରିଡ଼ି: ସାଇବାବା ସମାଧି ଶତବାର୍ଷିକ ଉତ୍ସବ ସମାପ୍ତି ସୁଦ୍ଧା ମହାରାଷ୍ଟ୍ରର ଶିରିଡ଼ି ଜିଲ୍ଲାରେ ଥିବା ସାଇବାବା ମନ୍ଦିର ଭକ୍ତମାନଙ୍କୁ ଠାରୁ ୫. ୯୭ କୋଟି ଟଙ୍କା ଅନୁଦାନ ଆକାରରେ ପାଇଛି।

ଅକ୍ଟୋବର ୧୭ ରୁ ୧୯ ତାରିଖ ଯାଏଁ ଚାଲିଥିବା ଏହି ଉତ୍ସବର ଶେଷ ତିନି ଦିବସରେ ଦେଶ ଓ ବିଦେଶରେ ଥିବା ଭକ୍ତମାନେ ମନ୍ଦିର ପରିଧିରେ ଥିବା ଦାନ ବାକ୍ସ୍‍ରେ ୨. ୫୨ କୋଟି ଟଙ୍କା ଦେଇଥିବା କଥା ଶ୍ରୀସାଇବାବା ସନାତନ ଟ୍ରଷ୍ଟ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରୁବାଲ୍‌ ଅଗ୍ରଓ୍ଵାଲା ଶନିବାର ଦିନ କହିଛନ୍ତି।

ମହାରାଷ୍ଟ୍ରର ଅହମଦ ନଗର ଜିଳ୍ଲା ଅନ୍ତର୍ଗତ ଶିରିଡ଼ି ସହରରେ ଥିବା ମନ୍ଦିରର ଦାନ କାଉଣ୍ଟର୍‌ରେ ୧. ୪୬ କୋଟି ନଗଦ ଟଙ୍କା ମିଳିଥିବା ସେ କହିଛନ୍ତି।

ଅନ୍‌ଲାଇନ୍‌ ଡୋନେସନ୍‌, ଡେବିଟ୍‌ କାର୍ଡ, ଚେକ୍‌ ଏବଂ ଡିମାଣ୍ଡ୍‌ ଡ୍ରାଫ୍‌ଟ୍‌ ମାଧ୍ୟମରେ ମନ୍ଦିର ୧. ୪୧ କୋଟି ଟଙ୍କାର ଦାନ ପାଇଛି।

ଏହା ସହ ଭକ୍ତମାନେ ମଧ୍ୟ ସୁନା ରୁପା ଆକାରରେ ୨୮. ୨୪ ଲକ୍ଷ ଟଙ୍କା ଏବଂ ୨୪. ୫୫ ଟଙ୍କାର ବିଦେଶୀ ମୁଦ୍ରା ଦାନ ମିଳିଛି।

ଏହିସବୁ ଦାନ ଛଡ଼ା ମନ୍ଦିର ଟ୍ରଷ୍ଟ୍‍ ୭୮ ଲକ୍ଷ ଟଙ୍କା ଦର୍ଶନ ଏବଂ ଅନ୍‌ଲାଇନ୍‌ ପାସ୍‌ ଓ ୨୮. ୫୧ ଲକ୍ଷ ଟଙ୍କା ଲଡୁ ବଣ୍ଟନରୁ ମିଳିଛି।

ଏହି ଉତ୍ସବରେ ଦେଶ ଓ ବିଦେଶରୁ ପ୍ରାୟ ୩ ଲକ୍ଷ ଭକ୍ତ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର