ମୁମ୍ବାଇ: ଆକ୍ରମଣର ୫ଦିନ ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି ବଲିଉଡ ଷ୍ଟାର ସୈଫ ଅଲୀ ଖାନ୍ । ଜାନୁଆରି ୧୬ ତାରିଖରେ ସୈଫ ଅଲୀ ଖାନଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ଅଭିଯୁକ୍ତ ଜଣକ ଅଭିନେତାଙ୍କ ଉପରେ ଛଅ ଥର ଆକ୍ରମଣ କରିଥିଲା। ସେବେଠାରୁ ସୈଫ୍ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି ଥଲେ। ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ତାଙ୍କ ମେରୁଦଣ୍ଡରେ ଲାଗିଥିବା ଅଢ଼େଇ ଇଞ୍ଚର ଏକ ଛୁରୀ ଖଣ୍ଡ ମଧ୍ୟ ବାହାର କରିଥିଲେ ବୋଲି ଜଣାପଡ଼ିଛି। ତେବେ ଚିକିତ୍ସା ପରେ ଅଭିନେତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ମଙ୍ଗଳବାର ସେ ଘରକୁ ଫେରିଥିଲେ।
ଏହି ଘଟଣାକୁ ନେଇ ପୁଲିସ ତଦନ୍ତ କରୁଥିବା ବେଳେ ଏବେ ଅଭିଯୁକ୍ତର ଏଭଳି ଉଦ୍ୟମ ପଛର କାରଣ ସାମ୍ନାକୁ ଆସିଛି। କୁହାଯାଉଛି ଯେ, ନିଜ ମା’ଙ୍କ ଚିକିତ୍ସା ପାଇଁ ଅଭିଯୁକ୍ତ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶେହଜାଦ ମହମ୍ମଦ ରୋହିଲା ଆମିନ ଫକିର ଓରଫ ବିଜୟ ଦାସ (୩୦) ଚୋରି କରିବାକୁ ନିଷ୍ପତ୍ତି ନେଇଥିଲା। ଚାକିରି ଚାଲିଯିବା ପରେ ଟଙ୍କା ରୋଜଗାରର ଅନ୍ୟ କିଛି ବାଟ ନପାଇ ବିଜୟ ଏଭଳି କରିଥିବା ସାମ୍ନାକୁ ଆସିଛି। ଜଣେ ଧନୀ ବ୍ୟକ୍ତିଙ୍କୁ ଲୁଟିବା ପରେ ବାଙ୍ଗଲାଦେଶ ଫେରିଯିବାକୁ ଯୋଜନା କରିଥିଲା ବିଜୟ।
ସୂଚନା ମିଳିଛି ଯେ, ରେସ୍ତୋରାଁରେ କାମ କରି ୧୩,୦୦୦ପାଉଥିଲା ବିଜୟ। ମା’ଙ୍କ ଚିକିତ୍ସା ପାଇଁ ବଂଲାଦେଶକୁ ୧୨,୦୦୦ ପଠାଇବା ସହ ନିଜ ପାଖରେ ୧ହଜାର ରଖୁଥିଲେ। ଜଣେ ଗ୍ରହକଙ୍କ ହୀରା ମୁଦି ଚୋରି କରିବାରୁ ତାଙ୍କୁ ରେସ୍ତୋରାଁରୁ ବାହାର କରିଦିଆଯାଇଥିଲା। ଏହା ପରେ ତାଙ୍କ ପାଖରେ ଘରକୁ ପଠାଇବାକୁ ଆଉ ଟଙ୍କା ନଥିଲା। ଏହା ପରେ ସେ କୌଣସି ଧନୀ ବ୍ୟକ୍ତିଙ୍କୁ ଲୁଟିବେ ବୋଲି ଯୋଜନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/01/22/6Khw1f4DAr9ob8sCbMr7.jpg)