ମୁମ୍ବାଇ: ଅଭିନେତା ସୈଫ୍ ଅଲୀ ଖାନ୍ଙ୍କ ଉପରେ ତାଙ୍କ ଘର ମଧ୍ୟରେ ଆକ୍ରମଣ ଘଟିବା ପରେ ଏବେ ସେଲିବ୍ରିଟି ଦମ୍ପତି ଏକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆକ୍ରମଣ ପରେ ପରେ ସୈଫ୍ ଓ କରୀନା ସେମାନଙ୍କ ପିଲାଙ୍କ ଫଟୋ ଉଠାଇବା ପାଇଁ ପାପାରାଜିଙ୍କୁ ମନା କରୁଥିବାର ଦେଖିବାକୁ ମିଳିଛି। ସେମାନେ ନିବେଦନ କରି କହିଛନ୍ତି ସେ ସେମାନଙ୍କ ପିଲାମାନଙ୍କର ପିଛା ନକରନ୍ତୁ କିମ୍ବା କୌଣସି ସ୍ଥାନରେ ସେମାନଙ୍କ ଫଟୋ ନିଅନ୍ତୁ ନାହିଁ।
ଆଜ୍ତକ୍କୁ ମିଳିଥିବା ଖବର ମୁତାବକ, ସୈଫ୍ ଅଲୀ ଖାନ୍ ଓ କରୀନା କପୁରଙ୍କ ପିଆର୍ ପାପାରାଜିମାନଙ୍କୁ ସାକ୍ଷାତ୍ କରି ସେଲିବ୍ରିଟି ଦମ୍ପତି ପାଳନ କରିବାକୁ ଯାଉଥିବା ସବୁ ନିୟମକୁ ଭଲ କରି ବୁଝାଇ କହିଛନ୍ତି।
ତୈମୁତ ଓ ଜୈହ ବଗିଚାରେ ଖେଳନ୍ତୁ, ଜନ୍ମଦିନ ଭୋଜିକୁ ଯାଆନ୍ତୁ କିମ୍ବା ଅନ୍ୟ କେଉଁ ବି ପାର୍ଟିକୁ ଯାଆନ୍ତୁ; ଦୟାକରି ସେମାନଙ୍କ ଫଟୋ ଉଠାଇବେ ନାହିଁ ବୋଲି ପତି-ପତ୍ନୀଙ୍କ ପିଆର୍ ମ୍ୟାନେଜର୍ ପାପାରାଜିଙ୍କୁ କହିଛନ୍ତି।
ଜାନୁଆରି ୨୮ ତାରିଖ (ମଙ୍ଗଳବାର) ରାତିରେ ମ୍ୟାନେଜର୍ ଏହି ଘୋଷଣା କରିଛନ୍ତି। ତେବେ କରୀନାଙ୍କ ଘରେ ଚୋର ପଶି ସୈଫ୍ଙ୍କ ଉପରେ ଆକ୍ରମଣ କରିବା ପରେ ଦୁହେଁ ଏହି ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/29/NONYsF5oi5wMSTQzX8L4.jpg)