ମୁମ୍ବାଇ: ଗତ ଦୁଇ ଦିନ ହେବ ଅଭିନେତା ସୈଫ୍ ଅଲୀ ଖାନ୍ଙ୍କ ଘରେ ଚୋର ପଶି ତାଙ୍କୁ ଆକ୍ରମଣ କରିବା ଘଟଣା ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଏବେ ସୈଫ୍ଙ୍କ ପତ୍ନୀ କରୀନା କପୁର ଖାନ୍ ତାଙ୍କର ବୟାନ ଦେଇଛନ୍ତି।
ଅଭିନେତ୍ରୀ କରୀନା କପୁର ପୁଲିସକୁ କହିଛନ୍ତି ଯେ ତାଙ୍କ ସ୍ୱାମୀ ସୈଫ ଅଲ୍ଲୀ ଖାନଙ୍କୁ ମୁମ୍ବାଇ ଆପାର୍ଟମେଣ୍ଟରେ ଆକ୍ରମଣ କରିଥିବା ଅନୁପ୍ରବେଶକାରୀ "ଅତ୍ୟନ୍ତ ଆକ୍ରମଣାତ୍ମକ" ଥିଲେ ଏବଂ ତାଙ୍କୁ ଅନେକ ଥର ଛୁରୀ ମାରିଥିଲେ। ହେଲେ ସେ କିଛି ପି ଚୋରି କରି ପାରିନାହିଁ। ଗୁରୁବାର ସକାଳର ଘଟଣା ସଂପର୍କରେ ଅଭିନେତା ବାନ୍ଦ୍ରା ପୁଲିସ ନିକଟରେ ତାଙ୍କର ବୟାନ ଦେଇଛନ୍ତି।
ସେ ଆହୁରି ବି କହିଛନ୍ତି ଯେ ସୈଫ୍ ଏକାକୀ ଆକ୍ରମଣକାରୀଙ୍କୁ ସାମ୍ନା କରିଥିଲେ । ଯେତେବେଳେ ଆକ୍ରମଣ ହୋଇଥିଲା ସେତେବେଳେ ସୈଫ୍ ଘରର ସମସ୍ତ ପିଲା ଏବଂ ମହିଳାଙ୍କୁମାନଙ୍କୁ ବିଲ୍ଡିଂର ୧୨ ମହଲାକୁ ପଠାଇଦେଲେ । ସେ ସମସ୍ତଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଥିଲେ । ସୈଫ୍ ଆକ୍ରମଣକାରୀଙ୍କୁ ସାମ୍ନାକୁ ଆସିବାରୁ ଦୁର୍ବୃତ୍ତ ତାଙ୍କ ପୁଅ ପାଖରେ ପହଞ୍ଚି ପାରିନଥିବା ସେ କହିଛନ୍ତି ।
ଆକ୍ରମଣକାରୀ ପ୍ରଥମେ ଦମ୍ପତିଙ୍କ ସାନ ପୁଅ ଜହାଙ୍ଗିର (ଜେହ)ଙ୍କ ଶୟନ କକ୍ଷରେ ପଶିଥିଲା। ଯାହା ପରେ ଜଣେ ଘରର ସହାୟକ ପାଟି କରିବାରୁ ସୈଫ୍ ଉଠି ଯାଇଥିଲେ। ଆକ୍ରମଣକାରୀ ତତ୍କ୍ଷଣାତ୍ ସୈଫ୍ଙ୍କୁ ଆକ୍ରମଣ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/18/Z0tTU2ZmFk8PZ9etd02M.jpg)