ମହାରାଷ୍ଟ୍ର, ଉତ୍ତରପ୍ରଦେଶ ପରେ ପଞ୍ଜାବରେ ଜଣେ ସାଧୁଙ୍କୁ ନିର୍ମମ ହତ୍ୟା

ଚଣ୍ଡୀଗଡ଼: ମହାରାଷ୍ଟ୍ରର ପାଲଘର ଏବଂ ଉତ୍ତରପ୍ରଦେଶରେ ସାଧୁଙ୍କ ହତ୍ୟା ଘଟଣା ମନରୁ ଲିଭିନଥିବାବେଳେ ଆଜି ପଞ୍ଜାବରେ ଜଣେ ସାଧୁଙ୍କୁ ହତ୍ୟା ଘଟଣା ସାମ୍ନାକୁ ଆସିଛି। ପଞ୍ଜାବର ନୱାନଶାହରରେ ଥିବା ସାଧୁ ମହା ଯୋଗେଶ୍ୱର ମୁନି ଦେଶାମଙ୍କ ମୃତଦେହ ତାଙ୍କ ଆଶ୍ରମରୁ ଉଦ୍ଧାର କରାଯାଇଛି । ମହା ଯୋଗେଶ୍ୱର ମୁନି ଦେଶାମ ରୋପର ନିକଟ ସତଲେଜ ନଦୀ କୂଳରେ ଜଙ୍ଗଲରେ ଆଶ୍ରମ ନିର୍ମାଣ କରି ୪୦ ବର୍ଷ ଧରି ରହୁଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା।

DNA India

ପୁଲିସ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରିଛି । ଆଶ୍ରମ ଜମି ଅଧିଗ୍ରହଣ କିମ୍ବା ଚୋରି କରିବା ଉଦ୍ଦେଶ୍ୟରେ ସାଧୁଙ୍କୁ ହତ୍ୟା କରାଯାଇଥିବାର ପୁଲିସ ସନ୍ଦେହ କରୁଛି | ସନ୍ଥ ଯୋଗେଶ୍ୱର ମୁନି ରୋପର ନିକଟ ନୱାନଶାହର ଜିଲ୍ଲାର ସତଲେଜ ନଦୀ କୂଳରେ ଥିବା ଏକ ଆଶ୍ରମରେ ରହୁଥିଲେ।

ରୁମର କବାଟ ଭାଙ୍ଗି ଏଲଇଡି ଟିଭି, ଇନଭର୍ଟର ଏବଂ ବ୍ୟାଟେରୀ ମଧ୍ୟ ଘଟଣାସ୍ଥଳରୁ କେହି ନେଇଯାଇଥିବାର ଦେଖିବାକୁ ମିଳିଛି | ଏଭଳି ପରିସ୍ଥିତିରେ ଚୋରି କରିବା ଉଦ୍ଦେଶ୍ୟରେ ଏହି ଘଟଣା ଘଟିଥିବାର ମଧ୍ୟ ସନ୍ଦେହ କରାଯାଉଛି। ଏହା ପୂର୍ବରୁ ମହାରାଷ୍ଟ୍ରର ପାଲଘର ଓ ଉତ୍ତରପ୍ରଦେଶ ବୁଲନ୍ଦସହର ଅନୁପଶାହାର କୋଟୱାଲିରେ ଚାରିଜଣ ସାଧୁଙ୍କୁ ହତ୍ୟା କରାଯାଇଥିଲା |

ସମ୍ବନ୍ଧିତ ଖବର