ନୂଆଦିଲ୍ଲୀ: ମଥୁରା-ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କ ସାନ୍ନିଧ୍ୟ ପାଇବା ପାଇଁ ଦେଶବିଦେଶରୁ ଶ୍ରଦ୍ଧାଳୁ ଛୁଟି ଆସନ୍ତି । ସାଂସାରିକ ଏବଂ ଆଧ୍ୟାତ୍ମିକ ଜୀବନର ଜ୍ଞାନ ପରଷୁଥିବା ପ୍ରେମାନନ୍ଦ ମହାରାଜ ପ୍ରତିଟି ସତସଙ୍ଗ ପରେ ଶ୍ରଦ୍ଧାଳୁଙ୍କ ମନରେ ଆସୁଥିବା ପ୍ରଶ୍ନର ଅତି ସରଳ ଭାବେ ଉତ୍ତର ଦେଇଥାନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ। ଲୋକେ ବି ଏହାକୁ ଖୁବ ପସନ୍ଦ କରୁଛନ୍ତି।
ଶନିବାର ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ଜଣେ ଯୁବକ ସୋସିଆଲ ମିଡିଆ ଫେସବୁକ ମାଧ୍ୟମରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ ପୋଷ୍ଟରେ କହିଛି ‘ସନ୍ଥ ପ୍ରେମାନନ୍ଦ ମହାରାଜ ସମାଜରେ ବଢ଼ୁଥିବା ପ୍ରେମିକା-ପ୍ରେମିକ ସଂସ୍କୃତି ଉପରେ ପ୍ରଶ୍ନ ଉଠାଇ ଏହାକୁ ସମାଜ ପାଇଁ କ୍ଷତିକାରକ ବୋଲି କହିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟ ସମଗ୍ର ସମାଜ ବିଷୟରେ ତେଣୁ ଛାଡ଼ି ଦେଉଛି। ଯଦି ସେ ମୋ ଘର ବିଷୟରେ କଥା ହୋଇଥାନ୍ତେ, ମୁଁ ତାଙ୍କର ଗଳା କାଟି ଦେଇଥାନ୍ତି।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/08/02/new-project-27-2025-08-02-18-01-19.jpg)