ସଜାଦ ଅହମଦ ଭଟ୍ଟ ନିପାତ

ପୁଲୱାମା ଆକ୍ରମଣର ଷଡ଼ଯନ୍ତ୍ରକାରୀ

ଶ୍ରୀନଗର: ପୁଲ୍‌ୱାମା ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣର ଅନ୍ୟତମ ଷଡ଼ଯନ୍ତ୍ରକାରୀ ସଜାଦ୍‌ ଅହମ୍ମଦ ଭଟ୍ଟକୁ ଆଜି ସୁରକ୍ଷା ବାହିନୀ ନିପାତ କରିଛି। ସଜାଦ ପୁଲୱାମା ଆକ୍ରମଣ ପାଇଁ ଗାଡ଼ି ଓ ବିସ୍ଫୋରକ ଯୋଗାଇଥିଲା। ଜମ୍ମୁ କଶ୍ମୀରର ଅନନ୍ତନାଗ ଜିଲ୍ଲା ସ୍ଥିତ ୱାଗମହା‌ରେ ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ସଜଦ ସମେତ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି।
ସୂଚନାନୁଯାୟୀ ସଜାଦ ଓରଫ୍‌ ଅଫଜଲ ପୁଲୱାମା ଆତଙ୍କବାଦୀ ଆକ୍ରମଣର କିଛିଦିନ ପୂର୍ବରୁ ଜେଇଏମ୍‌ରେ ‌‌ଯୋଗ ଦେଇଥିଲା। ସଜାଦ୍‌ର ଘର ଅନନ୍ତନାଗର ମରହମା ଗ୍ରାମରେ। ଆଜି ଅନନ୍ତନାଗର ୱାଗହମା ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂତ୍ରରୁ ଖବର ପାଇବାପରେ ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଞ୍ଚଳକୁ ଘେରାବନ୍ଦ୍ୀ କରି ସର୍ଚ୍ଚ ଅପରେସନ୍‌ କରିଥିଲେ। ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା‌। ସୁରକ୍ଷାକର୍ମୀଙ୍କ ଗୁଳିରେ ସଜାଦ୍‌ ନିପାତ ହେବା ଏକ ବଡ଼ ସଫଳତା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର