ସାକ୍ଷୀ ମହାରାଜଙ୍କ ବିବାଦୀୟ ବୟାନ : ସୁଭାଷ ବୋଷଙ୍କ ହତ୍ୟା ପଛରେ କଂଗ୍ରେସର ହାତ ଥିଲା

ଉନ୍ନାଓ : ବିଭିନ୍ନ ସମୟରେ ନିଜର ବୟାନକୁ ନେଇ ବିବାଦୀୟ ହୋଇଥିବା ବିଜେପି ସାଂସଦ ସାକ୍ଷୀ ମହାରାଜ ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ସୁଭାଷ ଚନ୍ଦ୍ର ବୋଷଙ୍କ ହତ୍ୟା ପଛରେ କଂଗ୍ରେସର ପ୍ରଚ୍ଛନ୍ନ ହାତ ଥିଲା। ସମୟ ପୂର୍ବରୁ ତାଙ୍କୁ ମୃତ୍ୟୁ କୋଳରେ ଶୁଆଇ ଦିଆଯାଇଥିଲା। ତାଙ୍କ ଲୋକପ୍ରିୟତା ଆଗରେ ପଣ୍ଡିତ ନେହରୁ, ମହାତ୍ମା ଗାନ୍ଧୀ ବି ଫିକା ପଡ଼ିଯିବେ। ନେତାଜୀ ନେହରୁ-ଗାନ୍ଧୀଙ୍କଠାରୁ ଅଧିକ ଲୋକପ୍ରିୟ ଥିବା କାରଣରୁ କଂଗ୍ରେସର କିଛି ନେତା ନେତାଜୀଙ୍କୁ ହତ୍ୟା କରାଇଥିଲେ ବୋଲି ସାକ୍ଷୀ ମହାରାଜ କହିଛନ୍ତି।

ସମ୍ବନ୍ଧିତ ଖବର