ମୁହଁମୋଡ଼ି ଚାଲିଯିବା ପରିବର୍ତ୍ତେ ସାହାଯ୍ୟ କରନ୍ତୁ; ଦିଲ୍ଲୀ ହତ୍ୟାକାଣ୍ଡ ପରେ ଲୋକଙ୍କୁ ପୁଲିସର ଅପିଲ୍

ନୂଆଦିଲ୍ଲୀ: ରବିବାର ଜଣେ ପ୍ରେମିକ ନିଜ ପ୍ରେମିକାକୁ ‌ଯେଉଁଭଳି ଭାବେ ହତ୍ୟା କଲା ତାହା ଏବେ ସାରା ଦେଶକୁ ସ୍ତବ୍ଧ କରିଛି। କୌଣସି ଜନଶୂନ୍ୟ ଅଞ୍ଚଳରେ ନୁହେଁ ବରଂ ଜନଗହଳିପୂର୍ଣ୍ଣ ରାସ୍ତାରେ ଘଟିଥିଲା ଏହି ହୃଦୟ ଥରା ଘଟଣା। ପ୍ରେମିକ ରାସ୍ତା ଗଡ଼ରେ ନିଜ ପ୍ରେମିକାକୁ ଛୁରି ଭୁସି ଚାଲିଥିବା ବେଳେ ରାସ୍ତାରେ ଯାଉଥିବା ଲୋକ କିଛି ନହେଲା ଭଳି ଅଣଦେଖା କରି ଚାଲି ଯାଉଥିଲେ। ସିସିଟିଭିରେ କଏଦ ହୋଇଥିବା ସେ ସମୟର ଦୃଶ୍ୟ ସାମ୍ନାକୁ ଆସିବା ପରେ ଲୋକଙ୍କ ଏଭଳି ମନୋଭାବ ଆଶ୍ଚର୍ଯ୍ୟ କରିଛି। ସାହାଯ୍ୟ କରିବା ପରିବର୍ତ୍ତେ ଏଭଳି ମୁହଁ ମୋଡି ଚାଲିଯିବାର କାରଣରୁ ଆଜି ଜଣେ ପରିବାର ନିଜ ଝିଅକୁ ହରାଇଛି।

साक्षी मर्डर कस पर दिल्ली पुलिस कमिश्नर ने कहा, लोगों को मदद करनी चाहिए (फाइल फोटो)

ଏକଥା ଦିଲ୍ଲୀ ହତ୍ୟାକାଣ୍ଡର ତଦନ୍ତ କରୁଥିବା ସ୍ବତନ୍ତ୍ର ସିପି ଦୀପେନ୍ଦ୍ର ପାଠକ କହିଛନ୍ତି। ଅଭିଯୁକ୍ତ ସାହିଲକୁ ଗିରଫ କରାଯିବା ପରେ ତାକୁ କଠୋର ଦଣ୍ଡ ଦେବା ପାଇଁ ସବୁ ପ୍ରମାଣ ଯୋଗାଡ କରିବୁ ବୋଲି କହିଛନ୍ତି ଦୀପେନ୍ଦ୍ର ପାଠକ। ଏହା ସହ ସାଧାରଣ ଲୋକଙ୍କୁ ଅପିଲ କରି ସେ କହିଛନ୍ତି, ଯଦି ସର୍ବସାଧାରଣରେ ଏପରି ଅପରାଧ ଘଟୁଛି, ତେବେ ଏହି ପରିସ୍ଥିତିରେ ସମସ୍ତଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିବା ଉଚିତ୍। ନିଜେ ସାହାଯ୍ୟ କର ନଚେତ୍ ଅନ୍ୟ କାହାକୁ ସାହାଯ୍ୟ ପାଇଁ ଡାକ, ହେଲେ ଘଟଣାକୁ ଚୁପ ହୋଇ ଦେଖ ନାହିଁ। ଯଦି ରବିବାର ସାକ୍ଷୀଙ୍କୁ ହତ୍ୟା କରୁଥିବା ସାହିଲକୁ ‌ଲୋକ‌େ ଅଟକାଇଥାନ୍ତେ, ତେବେ ହୁଏତ ସାକ୍ଷୀଙ୍କର ମୃତ୍ୟୁ ହୋଇନଥାନ୍ତା। ସେଥିପାଇଁ ମୁହଁମୋଡ଼ି ଚାଲିଯିବା ପରିବର୍ତ୍ତେ ସାହାଯ୍ୟ କରନ୍ତୁ।

ଉଲ୍ଲେଖଯୋଗ୍ୟ, ୨୦ବର୍ଷ ବୟସ୍କ ସାହିଲ ଜଣେ ଫ୍ରିଜ୍-ଏସି ମରାମତି ମେକାନିକ୍। ସାହିଲ ଏବଂ ନାବାଳିକା ସାକ୍ଷୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା କୁହାଯାଉଥିବା ବେଳେ ଏହି ହତ୍ୟାକାଣ୍ଡର ଗୋଟିଏ ଦିନ ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରବିବାର ଝିଅଟି ତା’ର ଜଣେ ବାନ୍ଧବୀର ପୁଅ ଜନ୍ମଦିନ ଉତ୍ସବକୁ ଯାଉଥିବା ବେଳେ ସାହିଲ ତାଙ୍କୁ ବାଟରେ ଅଟକାଇ ଆକ୍ରମଣ କରିଥିଲା। ୨୦ଥର ଛୁରି ଭୁସିବା ସହ ଅଭିଯୁକ୍ତ ୨୦ଥର ସାକ୍ଷୀଙ୍କ ମୁଣ୍ଡକୁ ଛେଚିଥିଲା।

ସମ୍ବନ୍ଧିତ ଖବର