ଆଶା କର୍ମୀଙ୍କର ବଢ଼ିଲା ଦରମା, ୩ ହଜାରରୁ ପାଇବେ ୧୦ ହଜାର

ବିଜୟୱାଡା: ସୋମବାର ଆନ୍ଧ୍ରପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ଏକ ବଡ ଘୋଷଣା କରିଛନ୍ତି | ସେ ରାଜ୍ୟରେ କାର୍ଯ୍ୟ କରୁଥିବା ଆଶା କର୍ମୀମାନଙ୍କର ଦରମାକୁ ୭ ହଜାର ଟଙ୍କା ଯାଏଁ ବଢ଼ାଇଦେଇଛନ୍ତି | ଜଗମୋହନ ଘୋଷଣା କରିଛନ୍ତି ଯେ ଏଣିକି ୩ ହଜାର ଟଙ୍କା ପାଉଥିବା ଆଶା କର୍ମୀମାନେ ୧୦ ହଜାର ଟଙ୍କା ପାଇବେ |

୩ ଗୁଣ ଦରମା ବଢ଼ାଇ ଜଗନ ସମସ୍ତଙ୍କୁ ହତଚକିତ କରିଦେଇଛନ୍ତି | ଏଠାରେ ସୂଚନା ଥାଉ କି ସାରା ଦେଶରେ ୮ ଲକ୍ଷରୁ ଅଧିକ ଆଶା କର୍ମୀ କାର୍ଯ୍ୟ କରୁଛନ୍ତି | ଚିକିତ୍ସା କ୍ଷେତ୍ରରେ ଏମାନଙ୍କର ପ୍ରମୁଖ ଭୂମିକା ରହିଆସିଛି | ରାଷ୍ଟ୍ରୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନର ସୂଚନା ମୁତାବକ ୨୦୧୭ ମସିହାରେ ଆନ୍ଧ୍ରପ୍ରଦେଶରେ ୩୫୦୦୦ରୁ ଅଧିକ ଆଶା କର୍ମୀ ନିୟୋଜିତ ହୋଇଛନ୍ତି |

ଆପଣଙ୍କୁ କହିରଖୁଛୁ ଯେ ଭାରତର ଗ୍ରାମୀଣ ଅଂଚଳରେ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଦେବା ସହ ପ୍ରସବ ବାବଦରେ ପ୍ରସୂତୀଙ୍କୁ ସୂଚନା ଆଶା କର୍ମୀ ଦେଇଥାନ୍ତି | ସେହିପରି ପ୍ରସବ ସମୟରେ ମେଡିକାଲ ନେବା ସହ ମା ଟିର ଦାୟିତ୍ୱ ନେବାକୁ ଆଶା କର୍ମୀଙ୍କୁ ନିଯୁକ୍ତି ଦିଆଯାଇଛି |

ସମ୍ବନ୍ଧିତ ଖବର