ନୂଆଦଲ୍ଲୀ : ପ୍ରାୟ ୭ ବର୍ଷ ପରେ ବଢିଛି ସାଂସଦଙ୍କ ଦରମା ଓ ଭତ୍ତା । ଏହା ସହିତ ସାଂସଦଙ୍କ ପେନସନ ମଧ୍ୟ ବୃଦ୍ଧି ପଇଛି । ସାଂସଦଙ୍କ ମୂଳ ଦରମା ୧ ଲକ୍ଷରୁ ୧ ଲକ୍ଷ ୨୪ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ସଂସଦର ଅଧିବେଶନ ଚାଲିଥିବାବେଳେ ଦୈନିକ ଭତ୍ତା, ଯାହାକି ଏବେ ୨୦୦୦ ଟଙ୍କା ଅଛି, ୨୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ପେନସନ ମାସିକ ୨୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସଂସଦରେ ଏହି ଦରମାବୃଦ୍ଧି ପ୍ରସ୍ତାବକୁ ଶାସକ ଓ ବିରୋଧୀ ସମସ୍ତେ ସମର୍ଥନ କରିଛନ୍ତି । ଏହି ବୃଦ୍ଧି ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ବିଜ୍ଞପ୍ତି ଅନୁଯାୟୀ, ସାଂସଦଙ୍କ ଦରମା, ଭତ୍ତା ଏବଂ ପେନସନ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ମୁଦ୍ରାସ୍ଫୀତି ହାର (ଖର୍ଚ୍ଚ ମୁଦ୍ରାସ୍ଫୀତି ସୂଚକାଙ୍କ)କୁ ଧ୍ୟାନରେ ରଖି ଏହି ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ହାରଗୁଡ଼ିକ ୧ ଏପ୍ରିଲ୍, ୨୦୨୩ ରୁ ଲାଗୁ ହେବ ।
ବିଜ୍ଞପ୍ତି ଅନୁଯାୟୀ, ସାଂସଦଙ୍କ ଦରମା, ଭତ୍ତା ଏବଂ ପେନସନ ବୃଦ୍ଧି କରାଯାଇଛି। କେନ୍ଦ୍ର ସରକାର ମୁଦ୍ରାସ୍ଫୀତି ହାର (ଖର୍ଚ୍ଚ ମୁଦ୍ରାସ୍ଫୀତି ସୂଚକାଙ୍କ)କୁ ଧ୍ୟାନରେ ରଖି ଏହି ବୃଦ୍ଧି କରିଛନ୍ତି। ଏହି ବର୍ଦ୍ଧିତ ହାରଗୁଡ଼ିକ ୧ ଏପ୍ରିଲ୍, ୨୦୨୩ ରୁ ଲାଗୁ ହେବ ।
ସାଂସଦମାନଙ୍କ ସୁବିଧା ସୁଯୋଗ
ସାଂସଦମାନଙ୍କୁ ମାସିକ ଦରମା ବ୍ୟତୀତ ନିର୍ବାଚନ ମଣ୍ଡଳୀ ଭତ୍ତା ବାବଦରେ ୭୦ ହଜାର ଟଙ୍କା ଓ ଅଫିସ ଭତ୍ତା ୬୦ ହଜାର ଟଙ୍କା ମିଳିଥାଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ଦରମା ଉପରେ କୌଣସି ଟିକସ ନାହିଁ। ସେମାନଙ୍କୁ ଅନେକ ପ୍ରକାରର ଭତ୍ତା ମିଳିଥାଏ, ଯେଉଁଥିରୁ ଅନେକ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ। ଏଥିରେ ପତ୍ନୀ କିମ୍ବା ସାଥୀଙ୍କ ପାଇଁ ୩୪ଟି ମାଗଣା ବିମାନ ଯାତ୍ରା, ଅସୀମିତ ଟ୍ରେନ୍ ଯାତ୍ରା ଏବଂ ସଂସଦ ଅଧିବେଶନ ସମୟରେ ଘରୁ ଦିଲ୍ଲୀକୁ ବାର୍ଷିକ ୮ଟି ବିମାନ ଯାତ୍ରା ଅନ୍ତର୍ଭୁକ୍ତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/03/24/IXWkofTJMO1USOqZz61K.jpeg)
