କ୍ରେଡିଟ କାର୍ଡ ବିଲ୍‌ ଭରିବା ପାଇଁ ଯାଆଁଳା ଶିଶୁଙ୍କୁ ବିକ୍ରି କଲା ମା’!

ବେଜିଂ: ଜଣେ ୨୦ ବର୍ଷୀୟା ମହିଳା କ୍ରେଡିଟ୍‌ କାର୍ଡର ବିଲ ଭରିବା ପାଇଁ ନିଜର ଯାଆଁଳା ଶିଶୁଙ୍କୁ ବିକ୍ରି କରିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଏଭଳି ଅଭାବନୀୟ ଘଟଣା ଚୀନ୍‌ର ବେଜିଂରେ ଘଟିଛି। ମହିଳା ଜଣକ ୬.୫ ଲକ୍ଷ ଟଙ୍କାର କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ପାଇଁ ନିଜ ଯାଆଁଳା ଶିଶୁଙ୍କୁ ବିକି ଦେଇଛନ୍ତି। କ୍ରେଡିଟ୍‌ କାର୍ଡ ବିଲ୍‌ ଶୁଝିବା ସହ ବଳକା ଟଙ୍କାରେ ଏକ ସ୍ମାର୍ଟଫୋନ ବି କିଣିଥିବା ଜଣାପଡ଼ିଛି। ଏହି ମହିଳା ଜଣଙ୍କ ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ। ପରେ ମହିଳାଙ୍କ ମାତାପିତା ଉକ୍ତ ପିଲାଙ୍କ ଦାୟିତ୍ୱ ନେବାକୁ ମନା କରିଦେଇଥିଲେ। ଶିଶୁଙ୍କ ପିତା ମଧ୍ୟ ହସ୍ପିଟାଲକୁ ଆସି ନଥିଲେ। ମହିଳା ଋଣଗ୍ରସ୍ତ ହେବାପରେ ଯାଆଁଳା ଶିଶୁଙ୍କୁ ୬.୫ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ। ଏହି ଘଟଣାରେ ପୁଲିସ୍‌ ମହିଳା ଓ ତାଙ୍କ ପାର୍ଟନରକୁ ଗିରଫ କରିଛି।

ସମ୍ବନ୍ଧିତ ଖବର