ପୁଣି ଦୁଃସାହସ କଲେ ଆତଙ୍କବାଦୀ: ଆତଙ୍କୀଙ୍କ ଗୁଳିରେ ସେଲସମ୍ୟାନ ଗୁରୁତର

ଶ୍ରୀନଗର: ନିକଟ ଅତୀତରେ ଜମ୍ମୁକଶ୍ମୀରରେ ଆତଙ୍କବାଦୀମାନେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିଆସୁଛନ୍ତି। ଆତଙ୍କବାଦୀମାନେ ଆଜି ପୁରୁଣା ଶ୍ରୀନଗରର ବୋହି କାଦଲ ଅଞ୍ଚଳରେ ଜଣେ ବିକ୍ରେତା(ସେଲସମ୍ୟାନ)ଙ୍କ ଉପରକୁ ଗୁଳି ଚଳାଇଥିଲେ। ଜମ୍ମୁକଶ୍ମୀର ପୁଲିସର ସୂଚନାନୁସାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି । ସୂଚନା ଥାଉ କି ଯେ ଅତୀତରେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାର ଅନେକ ମାମଲା ସାମ୍ନାକୁ ଆସିଛି | ଜମ୍ମୁକଶ୍ମୀରରେ ଆତଙ୍କବାଦୀମାନେ ଜଣେ ଫେରିବାଲା, ଦୁଇଜଣ ଶିକ୍ଷକ ସମେତ ଅନେକ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ।

ଜମ୍ମୁକଶ୍ମୀରରେ ଅକ୍ଟୋବର ମାସରେ ଆତଙ୍କବାଦୀ ସହ ମୁକାବିଲାରେ ମୋଟ ୪୪ଜଣଙ୍କର ମୃତ୍ୟୁ ଘଟିଛି। ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରରେ ୧୯ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି। ଏହା ବ୍ୟତୀତ ୧୩ ଜଣ ସାଧାରଣ ନାଗରିକ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଆତଙ୍କବାଦୀମାନେ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି |

ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ଘଟଣାରେ ଏପର୍ଯ୍ୟନ୍ତ ୩୫୦ରୁ ଅଧିକ ପରିବାର ଘାଟି ଛାଡି ଚାଲିଯାଇଛନ୍ତି। ତେବେ ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ସୁରକ୍ଷା ବାହିନୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏପର୍ଯ୍ୟନ୍ତ ସୁରକ୍ଷାବାହିନୀଙ୍କ ୧୪ଟି ଏନକାଉଣ୍ଟରରେ ୧୯ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର