ମଦ୍ରାସାରେ ଉଭୟ ମନ୍ଦିର ଓ ମସଜିଦ୍‌ ନିର୍ମାଣ ନିଷ୍ପତ୍ତି ନେଲେ ପୂର୍ବତନ ଉପ ରାଷ୍ଟ୍ରପତି ହମିଦ ଅନ୍‌ସରିଙ୍କ ପତ୍ନୀ ସଲ୍‌ମା ଅନ୍‌ସରି

ଆଲିଗଡ଼: ପୂର୍ବତନ ଉପ ରାଷ୍ଟ୍ରପତି ହମିଦ ଅନ୍‌ସରିଙ୍କ ପତ୍ନୀ ସଲ୍‌ମା ଅନ୍‌ସରି ଧର୍ମନିରପେକ୍ଷତାର ଏକ ଜ୍ୱଳନ୍ତ ଉଦାହରଣ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ଜାତିଆଣା ଭାବକୁ ଦୂରେଇ ଦେବାର ଲକ୍ଷ ରଖି ଉତ୍ତରପ୍ରଦେଶରେ ଆଲିଗଡ଼ଠାରେ ଥିବା ‘ଚାଚା ନେହେରୁ ମଦ୍ରାସା’ ପରିସର ଭିତରେ ଏକ ମନ୍ଦିର ଓ ଏକ ମସ୍‌ଜିଦ୍‌ ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି।

ସଲ୍‌ମା ଗଣମାଧ୍ୟମ ପ୍ରତିନିଧୀଙ୍କୁ ନିଜର ମତ ଦେଇ କହିଛନ୍ତି, ‘ମଦ୍ରାସାରେ ପଢୁଥିବା ଛାତ୍ରମାନଙ୍କ ସୁରକ୍ଷା ଓ ନିରାପତ୍ତାକୁ ମଧ୍ୟ ସମାନ ଗୁରୁତ୍ୱ ଦିଅଯିବ। ହଷ୍ଟେଲ୍‌ରେ ରହି ପାଠ ପଢୁଥିବା ଛାତ୍ରଛାତ୍ରୀମାନେ ଆମ ଦାୟିତ୍ୱ। ସେମାନେ ମସଜିଦ୍‌ କିମ୍ବା ମନ୍ଦିରକୁ ଯିବା ପାଇଁ ମଦ୍ରାସା ବାହାରେ ପାଦ ରଖିବା ପରଠାରୁ ଆମ ଦାୟିତ୍ୱ ହେଉଛି ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବା। ଆମେ ମଦ୍ରାସା ପରିସରରେ ଉଭୟ ମନ୍ଦିର ଓ ମସଜିଦ୍‌ ନିର୍ମାଣ କରିବାର ନିଷ୍ପତ୍ତି ନେଇଛୁ।’ ସଲ୍‌ମା ଉଭୟ ହିନ୍ଦୁ ଓ ମୁସ୍‌ଲମାନ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର