ନୂଆଦିଲ୍ଲୀ: ସୋନି ଟିଭିରେ ପ୍ରସାରିତ ସଙ୍ଗୀତଭିତ୍ତିକ ଧାରାବାହିକ ‘ଇଣ୍ଡିଆନ୍ ଆଇଡଲ୍’ର ଦଶମ ସଂସ୍କରଣରେ ହରିୟାଣାର ସଲ୍ମାନ୍ ଅଲ୍ଲୀ ବିଜେତା ଘୋଷିତ ହୋଇଛନ୍ତି। କାର୍ଯ୍ୟକ୍ରମର ଅନ୍ୟ ୪ ଜଣ ଫାଇନାଲିଷ୍ଟ ନୀତୀନ୍ କୁମାର, ଅଙ୍କୁଶ ଭରଦ୍ବାଜ, ନୀଲାଞ୍ଜନା ରାୟ ଏବଂ ବିଭୋର୍ ପରାସର୍ଙ୍କୁ ପଛରେ ପକାଇ ୨୦ ବର୍ଷୀୟ ସଲ୍ମାନ ବିଜୟୀ ହୋଇଛନ୍ତି। ବଲିଉଡ୍ ପ୍ରଚ୍ଛଦପଟ ଗାୟକ ବିଶାଲ ଡଡ୍ଲାନି ଏବଂ ନେହା କକ୍କର ତାଙ୍କ ନାମ ଘୋଷଣା କରିଥିଲେ। ଚୂଡ଼ାନ୍ତ ପର୍ଯ୍ୟାୟକୁ ଅଙ୍କୁଶ ଭରଦ୍ବାଜ ଓ ସଲ୍ମାନ ଅଲ୍ଲୀ ଉନ୍ନୀତ ହୋଇଥିଲେ। ଶେଷରେ ଅଙ୍କୁଶଙ୍କୁ ସଲ୍ମାନ ହରାଇଦେଇଥିଲେ। ପୁରସ୍କାର ବାବଦରେ ସଲ୍ମାନଙ୍କୁ ୨୫ ଲକ୍ଷ ଟଙ୍କାର କ୍ୟାସ୍ ଏବଂ ଏକ ଡାଟ୍ସନ୍ ଗୋ କାର୍ ପ୍ରଦାନ କରାଯାଇଛି। ଦ୍ବିତୀୟ ଓ ତୃତୀୟ ହୋଇଥିବା ଅଙ୍କୁଶ ଏବଂ ନୀଲାଞ୍ଜନାଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ନଗଦ ରାଶି ମିଳିଛି। ଗ୍ରାଣ୍ଡ୍ ଫିନାଲେରେ ଶାହରୁଖ୍ ଖାନ୍, କାଟ୍ରିନା କୈଫ୍ ଏବଂ ଅନୁଷ୍କା ଶର୍ମା ଉପସ୍ଥିତ ହୋଇ ଦର୍ଶକଙ୍କର ମନୋରଞ୍ଜନ କରିଥିଲେ।
ସଲ୍ମାନ ଅଲ୍ଲୀ ଇଣ୍ଡିଆନ୍ ଆଇଡଲ୍ ୧୦ ବିଜେତା
୨୫ ଲକ୍ଷ ଟଙ୍କା, କାର୍ ପୁରସ୍କାର
/sambad/media/post_attachments/wp-content/uploads/2018/12/salman-759-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)