ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ମୁମ୍ବାଇ ପୁଲିସ ଅସ୍ତ୍ର ଲାଇସେନ୍ସ ପ୍ରଦାନ କରିଛି। ନିକଟରେ ତାଙ୍କୁ ମିଳିଥିବା ହତ୍ୟା ଧମକ ପରେ ଆତ୍ମରକ୍ଷା ପାଇଁ ସେ ମୁମ୍ବାଇ ପୁଲିସ କମିସନର ବିବେକ ଫାନସାଲକରଙ୍କୁ ଭେଟି ଅସ୍ତ୍ର ଲାଇସେନ୍ସ ପାଇଁ ଆବେଦନ କରିଥିଲେ। ମେ ୨୯ରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିବାର କିଛି ଦିନ ପରେ ସଲମାନ ଏବଂ ତାଙ୍କ ପିତା ସଲିମ ଖାନଙ୍କୁ ହତ୍ୟା ଧମକ ମିଳିଥିଲା। କୃଷ୍ଣସାର ମୃଗ ଶିକାର ମାମଲାରେ ଅଭିନେତାଙ୍କ ସମ୍ପୃକ୍ତି ଥିବା ପରଠାରୁ ତାଙ୍କ ଲାଇସେନ୍ସ ରଦ୍ଦ କରାଯାଇଥିଲା।
ସଲମାନଙ୍କୁ ମିଳିଲା ଅସ୍ତ୍ର ଲାଇସେନ୍ସ
/sambad/media/post_attachments/wp-content/uploads/2022/08/salman1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)