ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ ଖାଁଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡ ଘଟଣାର ତଦନ୍ତ କରୁଥିବା ମୁମ୍ବାଇ ପୁଲିସକୁ ବଡ଼ ସଫଳତା ମିଳିଛି। ମୁମ୍ବାଇ ପୋଲିସ ସୋମବାର ଗୁଜୁରାଟର ସୁରଟର ତାପି ନଦୀରେ ସର୍ଚ୍ଚ ଅପରେସନ କରି ସଲମାନଙ୍କ ଘର ବାହାରେ ହୋଇଥିବା ଗୁଳିକାଣ୍ଡର ବ୍ୟବହୃତ ବନ୍ଧୁକ ଜବତ କରିଛି । ଏହା ସହିତ କେତେକ ଗୁଳି ବି ଜବତ ହୋଇଛି । ସୂଚନାଯୋଗ୍ୟ, ଏପ୍ରିଲ ୧୪ ରେ ଅଭିନେତା ସଲମାନଙ୍କ ବାସଭବନ ବାହାରେ ଗୁଳିକାଣ୍ଡ ଘଟିଥିଲା। ଏହି ଘଟଣାରେ ଲରେନ୍ସ ବିଷ୍ନୋଇ ଗ୍ରୁପର ନାଁ ସାମ୍ନାକୁ ଆସିଛି ।
ମୁମ୍ବାଇ କ୍ରାଇମବ୍ରାଞ୍ଚ କହିଛି ଯେ ସୁରଟର ତାପି ନଦୀରୁ ସଲମାନ ଘର ବାହାରେ ଗୁଳି ଚଳାଇବାରେ ବ୍ୟବହୃତ ବନ୍ଧୁକ ଏବଂ କିଛି ଜୀବନ୍ତ ଗୁଳି ଜବତ କରାଯାଇଛି। ପୁଲିସ ଏବେ ବି ଦ୍ୱିତୀୟ ବନ୍ଧୁକ ଖୋଜୁଛି। ସଲମାନଙ୍କ ଘରେ ଗୁଳି ଚଳାଇଥିବା ଯୁବକ ଭିକି ଗୁପ୍ତା ଓ ସାଗର ପାଲ ପଚରାଉଚରା ବେଳେ କହିଛନ୍ତି ଯେ ସଲମାନଙ୍କ ଘରେ ଗୁଳି ଚଳାଇବା ପରେ ସେମାନେ ମୁମ୍ବାଇରୁ ସଡ଼କ ପଥରେ ସୁରଟରେ ପହଞ୍ଚିଥିଲେ। ସେଠାରୁ ସେମାନେ ଟ୍ରେନ୍ ଧରି ଭୁଜ ଯାଇଥିଲେ, ଯେଉଁଠାରେ ଯାତ୍ରା ସମୟରେ ସେମାନେ ଏକ ରେଳ ପୋଲରୁ ପିସ୍ତଲକୁ ତାପି ନଦୀକୁ ଫିଙ୍ଗି ଦେଇଥିଲେ। ସେମାନେ ଆହୁରି ମଧ୍ୟ ପୁଲିସକୁ କହିଛନ୍ତି ଯେ ପ୍ରାୟ ୧୦ ରାଉଣ୍ଡ ଗୁଳି ଚଳାଇବାକୁ ସେମାନଙ୍କୁ କୁହାଯାଇଥିଲା । ବିଷ୍ଣୋଇ ଗ୍ଯାଙ୍ଗର ଲୋକମାନେ ହିଁ ସେମାନଙ୍କୁ ବନ୍ଧୁକ ଦେଇଥିବା ପୁଲିସ ଜାଣିବାକୁ ପାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/Capture-14.png)