ଭାଇରାଲ ହେଲା ସଲମାନ ଖାନ୍‌ଙ୍କ ବିବାହର ଫଟୋ! ଜାଣନ୍ତୁ ପୂରା ଘଟଣା

ବିଳାସପୁର : ବଲିଉଡ୍‌ ଅଭିନେତା ସଲମାନ ଖାନ୍‌ଙ୍କ ବିବାହ କେବେ ହେବ? କେବେ ସଲମାନ ହାତକୁ ଦୁଇ ହାତ ହେବେ, ସେ ଚର୍ଚ୍ଚା ସବୁବେଳେ ଲାଗି ରହିଥିବା ବେଳେ ଏବେ ତାଙ୍କର ବିବାହର ଏକ ଫଟୋ ଭାଇରାଲ ହୋଇଛି । ଯେଉଁଥିରେ ସେ ବର ବେଶରେ ସଜ ହୋଇ ଠିଆ ହୋଇଥିବା ଦେଖାଯାଇଛି । ଫଟୋଟି ପ୍ରଥମେ ସମସ୍ତଙ୍କୁ ଟିକେ ଭାବିବାକୁ ବାଧ୍ୟ କରିଥିବା ବେଳେ ପରେ ପ୍ରକୃତ ସତଟି ସାମ୍ନାକୁ ଆସିଥିଲା ।

सलमान खान की शादी की फर्जी तस्वीर

ସୂଚନା ମୁତାବକ, ବିଳାସପୁରର ବୈକୁଣ୍ଠପୁରରେ ରହୁଥିବା ବସନ୍ତଲାଲଙ୍କ ବିବାହ ସୁରଜପୁରରେ ରହୁଥିବା ରାଣୀଙ୍କ ସହ ହୋଇଥିଲା । କିନ୍ତୁ ବିବାହର କିଛି ମାସ ପରେ ବସନ୍ତଲାଲଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିବାର ଲୋକେ ରାଣୀଙ୍କୁ ଘରୁ ବାହାର କରି ଦେଇଥିଲେ । ଏମିତି କି ରାଣୀ ବସନ୍ତଲାଲଙ୍କ ପତ୍ନୀ ବୋଲି ମାନିବାକୁ ମଧ୍ୟ ମନା କରି ଦେଇଥିଲେ । ବସନ୍ତଙ୍କ ଚାକିରି ରାଣୀଙ୍କୁ ମିଳୁ ବୋଲି ତାଙ୍କ ପରିବାର ଲୋକେ ଚାହୁଁ ନ ଥିବାରୁ ଏଭଳି କାମ କରିବା ଆରମ୍ଭ କରିଥିଲେ । ମାମଲାଟି ଅଦାଲତରେ ପହଞ୍ଚିବା ପରେ ବସନ୍ତଙ୍କ ପରିବାର ଲୋକେ ରାଣୀଙ୍କ ବିବାହର ନକଲି ଫଟୋ ଅଦାଲତକୁ ଦେଇଥିଲେ । ଯେଉଁଥିରେ ବର ବେଶରେ ବଲିଉଡ୍‌ର ଦବଙ୍ଗ ଷ୍ଟାର ସଲମାନଙ୍କୁ ଦେଖିବାକୁ ମିଳିଥିଲା । ଫଟୋଟି ଦେଖିବା ପରେ ବସନ୍ତଙ୍କ ପରିବାର ଲୋକେ ଫଟୋସପ୍‌ କରି ଏଭଳି ଫଟୋ ତିଆରି କରିଥିବା ଜାଣି ପାରିଥିଲେ ବିଚାରପତି, ଯାହା ପରେ ରାଣୀଙ୍କ ସପକ୍ଷରେ ରାୟ ଶୁଣାଯାଇଥିଲା ।

ସମ୍ବନ୍ଧିତ ଖବର