ନୂଆଦିଲ୍ଲୀ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। କିଛିଦିନ ପୂର୍ବରୁ ସଲମାନଙ୍କ ଅତି ଘନିଷ୍ଠ ବନ୍ଧୁ ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ବାପା ସିଦ୍ଦିକିଙ୍କୁ ହତ୍ୟା କରିଥିବା ଘଟଣାରେ ସମ୍ପୃକ୍ତ ଥିବା ସୁଟରମାନଙ୍କୁ ପୁଲିସ ଗିରଫ କରି ନେଇଛି।
ଗିରଫ ସୁଟରଙ୍କୁ ପୁଲିସ ପଚରାଉଚରା କରିବା ସମୟରେ ଜଣେ ସୁଟର କହିଥିଲା, ‘ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ହିଟ ଲିଷ୍ଟରେ ସଲମାନ ଖାନଙ୍କ ନାମ ଅଛି।
ବାବା ସିଦ୍ଦିକିଙ୍କ ପୂର୍ବରୁ ସଲମାନ ଖାନଙ୍କୁ ହତ୍ୟା ପାଇଁ ପୁରା ଯୋଜନା ହୋଇଥିଲା। କିନ୍ତୁ ଅଭିନେତାଙ୍କ ସୁରକ୍ଷା ବ୍ୟବସ୍ଥା କଡା ରହିଥିବାରୁ ତାଙ୍କୁ ହତ୍ୟା କରାଯାଇପାରୁ ନାହିଁ। ସଲମାନ ବିନା ସୁରକ୍ଷା ବଳୟ ବିନା କୌଣସି ସ୍ଥାନକୁ ବି ଯାଆନ୍ତି ନାହିଁ। କ୍ରମାଗତ ଭାବେ ତାଙ୍କୁ ମିଳୁଥିବା ହତ୍ୟା ଧମକ ପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରି ଦିଆଯାଇଛି। ’
ସଲମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ହେତୁ ଅକ୍ଟୋବର ୧୨ ତାରିଖରେ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାରେ ପୁଲିସ ଦୁଇଜଣ ସୁଟର ଧର୍ମରାଜ କଶ୍ୟପ ଓ ଗୁରମସିଂହଙ୍କ ଓ ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମଙ୍କୁ ପୁଲିସ ଗିରଫ କରିଥିଲା। ଶିବ କୁମାର ଗୌତମ ପୁଲିସ ସାମ୍ନାରେ ଅନେକ ଚାଞ୍ଚଲ୍ୟକର ଖୁଲାସା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/05/xssORsPe6bM5RmRP57C7.jpg)