ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଆଗରେ କେହି ଠିଆ ହୋଇପାରିଲେ ନାହିଁ : ସଲମାନ ଖୁର୍ସିଦ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିଦ ପୁଣି ଥରେ ନିଜର ବୟାନବାଜିପାଇଁ ଚର୍ଚ୍ଚାରେ ଅଛନ୍ତି। ସେ କହିଛନ୍ତି ଯେ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ଝଡ଼ ଦେଶବ୍ୟାପୀ ବହିଥିଲା ,ଯେଉଁଥିରେ ସମସ୍ତେ ବହିଗଲେ ହେଲେ ଆମେ ରକ୍ଷା ପାଇଗଲୁ। ଯଦି ସେ କହିବେ ଯେ ମୋଦୀଙ୍କ ଲୋକପ୍ରିୟତା ହ୍ରାସ ପାଇଛି , ତେବେ ତାହାର ଅର୍ଥ ହେବ ନିର୍ବାଚନକୁ ନ ମାନିବା ।

ସେ କହିଛନ୍ତି, ଆମେ ଆଜି ଏହା ଜାଣିଛୁ ଯେ, ନିର୍ବାଚନ ହେଲା ଏବଂ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଏମିତି ଥିଲା ଯେ, ତାଙ୍କ ସମ୍ମୁଖରେ କେହିବି ଠିଆ ହୋଇପାରି ନାହାନ୍ତି । ଗତ ଲୋକସଭା ନିର୍ବାଚନରେ ପରାଜୟ ବରଣ କରିବାପରେ ଭୋଟରଙ୍କୁ ଧନ୍ୟବାଦ କହିବାକୁ ଫରୁଖାବାଦ ଆସିଥିବା ଅବସରରେ ସଲମାନ୍ ଖୁର୍ସିଦ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହା କହିଛନ୍ତି ।

photo-indiatoday

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସଲମାନ ଖୁର୍ସିଦଙ୍କ ଏହି ବୟାନ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ୨୦୧୪ ତୁଳନାରେ ଏଥର କଂଗ୍ରେସକୁ ୮ଟି ଅଧିକ ସିଟ୍ ମିଳିଛି।

ସମ୍ବନ୍ଧିତ ଖବର