/* */

କେନ୍ଦ୍ରୀୟ ପାଣ୍ଠି ଆତ୍ମସାତ ମାମଲା: ସଲମାନ ଖୁରସିଦଙ୍କ ପତ୍ନୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା

ନୂଆଦିଲ୍ଲୀ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁରଶିଦଙ୍କ ପତ୍ନୀ ଲୁଇସ ଖୁରଶିଦଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାରା ଜାରି ହୋଇଛି। ଲୁଇସ ଖୁରଶିଦଙ୍କ ଦ୍ବାରା ପରିଚାଳିତ ଡାକ୍ତର ଜାକିର ହୁସେନ ମ‌େମୋରିଆଲ ଟ୍ରଷ୍ଟ୍‌ରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଦତ୍ତ ପ୍ରାୟ ୭୧ ଲକ୍ଷ ପାଣ୍ଠିରେ ହେରଫେର ହୋଇଛି। ତେଣୁ କୋର୍ଟ ଲୁଇସ ଖୁରଶିଦ ଏବଂ ଟ୍ରଷ୍ଟ୍‌ର ସମ୍ପାଦକ ଅଥାର ଫାରୁକିଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ମିଳିଥିବା ସୂଚନାନୁଯାୟୀ ଟ୍ରଷ୍ଟ୍‌ ୨୦୧୦ରେ କେନ୍ଦ୍ର ସରକାରଙ୍କଠାରୁ ୭୧.୫ ଲକ୍ଷ ଅନୁଦାନ ପାଇଥିଲା।

ଉତ୍ତରପ୍ରଦେଶର ୧୭ ଜିଲ୍ଲାରେ ଭିନ୍ନକ୍ଷମମାନଙ୍କୁ ହ୍ବିଲଚେୟାର, ସାଇକେଲ୍‌, ତିନି ଚକିଆ ସାଇକେଲ୍‌ ଏବଂ ଶ୍ରବଣଯନ୍ତ୍ର ଦାନ କରିବାପାଇଁ ଏହି ଅନୁଦାନ ଗ୍ରହଣ କରାଯାଇଥିଲା। ୨୦୧୧ରେ ଟ୍ରଷ୍ଟ୍‌ର ଦାୟିତ୍ବରେ ଥିବା ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ତେବେ ଖୁରଶିଦ ଏବଂ ତାଙ୍କ ପତ୍ନୀ ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଖୁରଶିଦ ସେ ସମୟରେ ଉପା ସରକାରରେ ଜଣେ ମନ୍ତ୍ରୀ ଥିଲେ। ଅଭିଯୋଗ ହୋଇଛି ଯେ, ଉତ୍ତରପ୍ରଦେଶର ବରିଷ୍ଠ ଅଧିକାରୀମାନଙ୍କ ସ୍ବାକ୍ଷର ନକଲ କରାଯାଇଛି ଏବଂ ନକଲି ସିଲ୍‌ ଦ୍ବାରା କେନ୍ଦ୍ର ସରକାରଙ୍କଠାରୁ ଭିନ୍ନକ୍ଷମଙ୍କ ମଙ୍ଗଳ ପାଇଁ ପାଣ୍ଠି ଗ୍ରହଣ ହୋଇଛି। କୁହାଯାଇଥିଲା ଯେ, ଟ୍ରଷ୍ଟ୍‌ ଉତ୍ତରପ୍ରଦେଶର ବିଭିନ୍ନ ଜିଲ୍ଲାରେ ଶିବିର କରି ଭିନ୍ନ କ୍ଷମଙ୍କୁ ବିଭିନ୍ନ ସାମଗ୍ରୀ ବାଣ୍ଟିଛି। ଟ୍ରଷ୍ଟ୍‌ ନିର୍ଦ୍ଦେଶକ ଲୁଇସ ଖୁରଶିଦ ଏସବୁ ତଦାରଖ କରିଥିଲେ। କିନ୍ତୁ ବାସ୍ତବରେ ଭିନ୍ନକ୍ଷମଙ୍କ ପାଇଁ ଶିବିର କେବଳ କାଗଜପତ୍ରରେ ହିଁ ରହିଛି।

ସମ୍ବନ୍ଧିତ ଖବର