ନ୍ୟୁୟର୍କ : ପ୍ରସିଦ୍ଧ ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ଲେଖକ ସଲମାନ ରୁଶଦିଙ୍କ ଉପରେ ହୋଇଥିବା ହତ୍ୟା ଉଦ୍ୟମ ସମଗ୍ର ବିଶ୍ବରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏହି ଘଟଣାକୁ ନେଇ କେତେକ ନୂଆ କଥା ସାମନାକୁ ଆସିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ଉକ୍ତ ଘଟଣାଦିନ ମଞ୍ଚ ଉପରେ ଥିବା କାର୍ଯ୍ୟକ୍ରମର ଉପସ୍ଥାପକ ତଥା ସ୍ବେଚ୍ଛାସେବୀ ସଂସ୍ଥା ସିଟି ଅଫ ଆସିଲମର ଅଧ୍ୟକ୍ଷ ହେନେରି ରିଜ୍ କହିଛନ୍ତି ଯେ ସେ ପ୍ରଥମେ କଣ ଚାଲିଛି କିଛି ବୁଝିପାରିନଥିଲେ । ତାପରେ ଭାବିଥିଲେ ଯେ କେହି ଜଣେ ମଜା କରିବାକୁ ଏସବୁ କରୁଛି । କିନ୍ତୁ ଯେତେବେଳେ ରକ୍ତ ବାହାରିଲା ସେତେବେଳେ ସେ ଉକ୍ତ ଭୟଙ୍କର ଘଟଣାକୁ ବୁଝିପାରିଥିଲେ ।
ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ସକାଳେ ବୁକର ପୁରସ୍କାର ଜିତିଥିବା ରୁଶଦି ଚୌତୌକ୍ବା ପ୍ରତିଷ୍ଠାନରେ ଭାଷଣ ଦେଉଥିବାବେଳେ ଏହି ଘଟଣା ଘଟିଥିଲା । ହାଦି ମଟାର ନାମକ ନ୍ୟୁଜର୍ସିର ଏକ ବ୍ୟକ୍ତି ମଞ୍ଚରେ ଚଢି ତାଙ୍କୁ ଛୁରୀ ଭୁସିଥିଲା । ସେ ଇରାନର ସମର୍ଥକ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଉପସ୍ଥାପକ ହେନେରି ରିଜ ମଧ୍ୟ ଆହତ ହୋଇଥିଲେ ।
ତେବେ ଏବେ ସଲମାନ ରୁଶଦିଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିଛି ଓ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରାଯାଇଛି । ଏହା ସହିତ ସେ କଥା କହିବା ଆରମ୍ଭ କରିଛନ୍ତି । ତେବେ ସଂପୂର୍ଣ୍ଣ ସୁଧାର ହେବାକୁ ଆହୁରି ଅନେକ ସମୟ ଲାଗିଯିବ ବୋଲି ତାଙ୍କ ପୁଅ ଜାଫର କହିଛନ୍ତି ।