ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ଏବଂ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ମୁଖ୍ୟ ସାମ୍ ପିଟ୍ରୋଡା ଏକ ମନ୍ତବ୍ୟ ଦେଇଛନ୍ତି ଯାହା ରାଜନୈତିକ ଝଡ଼ ସୃଷ୍ଟି କରିଛି ଓ କଂଗ୍ରେସ ଅଡ଼ୁଆରେ ପଡ଼ିଯାଇଛି । ସେ କହିଛନ୍ତି ଯେ ସେ ପାକିସ୍ତାନ ଯାଇଥିଲେ ଏବଂ ସେଠାରେ ଘର ପରି ଅନୁଭବ କରିଥିଲେ। ବାଂଲାଦେଶ ଏବଂ ନେପାଳରେ ମଧ୍ୟ ଘର ପରି ଅନୁଭବ କରିଥିଲେ । ତାଙ୍କର ଏହି ବୟାନକୁ ନେଇ ତାଙ୍କୁ ବିଜେପି ସମାଲୋଚନା କରିଛି । ବିବାଦ ବଢିବା ପରେ ପିତ୍ରୋଦା କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ ପକିସ୍ତାନ ସହ ଭାରତର ଥିବା ସମାନ ଇତିହାସକୁ ନେଇ ଥିଲା । ତାଙ୍କ ବୟାନର ଅର୍ଥ ଆତଙ୍କବାଦକୁ ଏଡ଼ାଇବା ନଥିଲା ।
ସେ ସରକାରଙ୍କୁ ବୈଦେଶିକ ନୀତିରେ ସଂସ୍କାର ଆଣିବାକୁ ପରାମର୍ଶ ଦେଇ କହିଛନ୍ତି ଯେ ବିଦେଶ ନୀତି ପ୍ରଥମେ ପଡ଼ୋଶୀ ଉପରେ ଧ୍ୟାନ ଦେବା ଉଚିତ । "ଆମର ବୈଦେଶିକ ନୀତି ପ୍ରଥମେ ପଡ଼ୋଶୀ ଉପରେ ଧ୍ୟାନ ଦେବା ଉଚିତ। ଆମେ କ'ଣ ଆମର ପଡ଼ୋଶୀଙ୍କ ସହ ସମ୍ପର୍କକୁ ମଜବୁତ କରିପାରିବୁ?
'ଭୋଟ୍ ଚୋରି' ଅଭିଯୋଗ ଉପରେ, ସାମ୍ ପିଟ୍ରୋଡା କହିଛନ୍ତି, "ରାହୁଲ ଗାନ୍ଧୀ ତାଙ୍କ ସାମ୍ବାଦିକ ସମ୍ମିଳନୀରେ କ'ଣ ଘଟୁଛି ତାହା ବ୍ୟାଖ୍ୟା କରିଥିଲେ, ଏବଂ ଆମ ପରି ନେତାମାନେ ବର୍ଷ ବର୍ଷ ଧରି କହୁଛନ୍ତି ଯେ ଇଭିଏମରେ କିଛି ଭୁଲ ଅଛି। ଏବେ ରାହୁଲ ଗାନ୍ଧୀ ଏହା ବିରୁଦ୍ଧରେ କହିଛନ୍ତି, ଏବଂ ଆମ ସମସ୍ତଙ୍କୁ ତାଙ୍କୁ ସମର୍ଥନ କରିବାକୁ ପଡିବ।"