ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଶିବପାଲ ସିଂ ଯାଦବଙ୍କୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛି । ଦଳ ଶନିବାର ଏକ ଖୋଲା ଚିଠି ଲେଖି ଏଥିରେ ଶିବପାଲ ସିଂ ଯାଦବ ଦେଇଥିବା ମନ୍ତବ୍ୟର ଉତ୍ତର ରଖିଛି । ଚିଠିରେ ସମାଜବାଦୀ ପାର୍ଟି ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଶିବପାଲ ଯେକୌଣସି ଦଳକୁ ଚାହିଁଲେ ଯାଇପାରିବେ। ପଠାଯାଇଥିବା ଚିଠିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି କି, ମାନ୍ୟବର ଶିବପାଲ ସିଂ ଯାଦବଜୀ, ଯଦି ଆପଣ ଭାବୁଛନ୍ତ କି ଆପଣଙ୍କୁ ଅନ୍ୟ କେଉଁଠି ଅଧିକ ସମ୍ମାନ ମିଳିବ ତେବେ ଆପଣ ସେଠାକୁ ଯିବାକୁ ମୁକ୍ତ।
କିଛି ଦିନ ତଳେ ଅଖିଳେଶ ଯାଦବ ତାଙ୍କୁ ସମ୍ମାନ ଦେଉ ନଥିବା ଅଭିଯୋଗ କରିଥିଲେ ଶିବପାଲ ଯାଦବ । ଏବେ ସମାଜବାଦୀ ପାର୍ଟି ଶିବପାଲଙ୍କୁ ଚିଠି ଲେଖି ଏହାର ଜବାବ ଦେଇଛନ୍ତି। ଏହା ସହିତ ସମାଜବାଦୀ ପାର୍ଟିର ଓମପ୍ରକାଶ ରାଜଭରଙ୍କୁ ମଧ୍ୟ ଏକ ଚିଠି ପଠାଯାଇଛି। ଏଥିରେ ରାଜଭରଙ୍କୁ ଦଳ ଛାଡିବାକୁ ସ୍ପଷ୍ଟ ଭାବେ ସଙ୍କେତ ଦିଆଯାଇଛି। ଚିଠିରେ ଲେଖାଯାଇଛି ଯେ, ଓମପ୍ରକାଶ ରାଜଭାରଜୀ, ସମାଜବାଦୀ ପାର୍ଟି କ୍ରମାଗତ ଭାବରେ ଭାରତୀୟ ଜନତା ପାର୍ଟି ବିରୋଧରେ ଲଢ଼ୁଛି। ହେଲେ ଭାରତୀୟ ଜନତା ପାର୍ଟି ସହିତ ଆପଣଙ୍କର ଏକ ମେଣ୍ଟ ଅଛି ଏବଂ ଆପଣ ବିଜେପିକୁ ମଜବୁତ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ଯଦି ଆପଣ ଅନୁଭବ କରଛନ୍ତି ଯେ, ସେଠାରେ ଆପଣଙ୍କୁ ଅଧିକ ସମ୍ମାନ ମିଳୁଛି, ତେବେ ଆପଣ ସେଠାକୁ ସେଠାକୁ ଯିବାକୁ ମୁକ୍ତ।
ସମାଜବାଦୀ ପାର୍ଟିର ଏଭଳି ଚିଠି ପରେ ଏବେ ବିଜେପି ଦଳକୁ ଟାର୍ଗେଟ କରିଛି। ୟୁପିର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଟ୍ବିଟ କରି ଅଖିଳେଶଙ୍କୁ ଟାର୍ଗେଟ କରିଛନ୍ତି।
/sambad/media/post_attachments/b235d0356716a3ab7f4b44ac9509601200ddc370e02ded04ad80291178c3a4bd.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/t-73.jpg)