ସମାଜବାଦୀ ପାର୍ଟି ନେତା ସନ୍ତୋଷ ପୁନେମଙ୍କୁ ଅପହରଣ ପରେ ହତ୍ୟା କଲେ ନକ୍ସଲ୍

ବିଜାପୁୁର: ଛତିଶଗଡ଼ର ବିଜାପୁରଠାରେ ବାମପନ୍ଥୀ ଉଗ୍ରବାଦୀମାନେ ଏକ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ଗତକାଲି ନକ୍ସଲଙ୍କ ଦ୍ବାରା ଅପହରଣ ହୋଇଥିବା ସମାଜବାଦୀ ପାର୍ଟି ନେତାଙ୍କ ମୃତଦେହ  ବୁଧବାର ମିଳିଛି ।  ବିଜାପୁର ନିକଟସ୍ଥ  ମରିମାଲା ଅଞ୍ଚଳରୁ ଅପହୃତ ସମାଜବାଦୀ ପାର୍ଟି ନେତାସନ୍ତୋଷ ପୁନେମଙ୍କ ରକ୍ତାକ୍ତ ମୃତଦେହ ମିଳିଛି। 

ମୃତ ସମାଜବାଦୀ ନେତା ଜଣକ ସ୍ଥାନୀୟ ଅଞ୍ଚଳରେ ସେ ଜଣେ କଣ୍ଟ୍ରାକ୍ଟର ଭାବେ କାମ କରୁଥିଲେ। ମଙ୍ଗଳବାର ସଂଧ୍ୟାରେ ତାଙ୍କୁ ମରିମାଲା ଅଞ୍ଚଳରେ ଥିବା ତାଙ୍କ କନ୍‌ଷ୍ଟ୍ର୍ରକସନ ସାଇଟ୍‌ରୁ ଅପହରଣ କରି ନିଆଯାଇଥିଲା।

ବୁଧବାର ସକାଳୁ ସ୍ଥାନୀୟ ଲୋକ ମରିମାଲା ଅଞ୍ଚଳସ୍ଥ  ଏକ ପାହାଡ ନିକଟରୁ ତାଙ୍କ ରକ୍ତ ଜର୍ଜରିତ ମୃତ ଦେହକୁ ଦେଖିବା ପରେ ପୁଲିସ୍‌ରେ ଖବର ଦେଇଥିଲେ।

ଖବର ପାଇଁ ସୁରକ୍ଷାକର୍ମୀଙ୍କ ଏକ ଦଳ ଆସି ପୁଲିସ୍‌ ଷ୍ଟେସନ୍‌ରୁ ୬ କିଲୋମିଟର ଥିବା ଜଙ୍ଗଲରେ ସର୍ଚ ଅପରେସନ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର