ଲକ୍ଷ୍ନୌ: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମଗୋପାଳ ଯାଦବ ୟୁପିର ୪ଟି ବିଧାନସଭା ଆସନରେ ପୁନଃ ନିର୍ବାଚନ ଦାବି କରିଛନ୍ତି। ସେ ନିର୍ବାଚନ ଆୟୋଗଙ୍କ ନିକଟରେ ମିରାପୁର, କୁଣ୍ଡରକି, ସିସାମାଉ ଓ କଥାରୀ ନିର୍ବାଚନ ବାତିଲ କରିବାକୁ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଗତକାଲି ଉତ୍ତରପ୍ରଦେଶରେ ଉପନିର୍ବାଚନ ସମାଜବାଦୀ ପାର୍ଟି ଏବଂ ସମ୍ପୃକ୍ତ ଅଞ୍ଚଳର ଜିଲ୍ଲାପାଳ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ହୋଇଥିଲା, ସପା ଓ ବିଜେପି ମଧ୍ୟରେ ନୁହେଁ। ବିଶେଷ କରି ମୀରାପୁର, କୁଣ୍ଡରକି, ସିସାମାଉ ଓ କଥାରୀ ଉପନିର୍ବାଚନରେ ଗତକାଲି ପୁଲିସ ଯେଉଁ ଭଳି ଅତ୍ୟାଚାର କରିଥିଲା, ତାହା ଗଣତନ୍ତ୍ର ପାଇଁ ଏକ ସତର୍କ ଘଣ୍ଟି।
ଯାଦବ କହିଛନ୍ତି ଯେ ସବୁଠି ଅତ୍ୟାଚାର ହୋଇଛି, କିନ୍ତୁ ଉପରୋକ୍ତ ଅଞ୍ଚଳରେ ପ୍ରଶାସନ ଶୃଙ୍ଖଳାର ସବୁ ସୀମା ଅତିକ୍ରମ କରିଛି। ମୀରାପୁର, କୁଣ୍ଡରକି ଓ ସିସାମାଉରେ ମୁସଲମାନ ଭୋଟରଙ୍କୁ ବନ୍ଧୁକ ଦେଖାଇ ଭୋଟ୍ ଦେବାକୁ ବାରଣ କରାଯାଇଛି। ଏହି ନିର୍ବାଚନକୁ ବାତିଲ କରାଯିବା ସହ ଅର୍ଦ୍ଧସାମରିକ ବାହିନୀର ତତ୍ତ୍ୱାବଧାନରେ ପୁନଃ ନିର୍ବାଚନ ହେବା ଦରକାର।
ସେପଟେ ବୁଧବାର ଏସପି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଏଭଳି ଅଭିଯୋଗ ଆଣିଛନ୍ତି । ଅଖିଳେଶ ଟ୍ୱିଟ୍ କରି କହିଥିଲେ ଯେ ମୀରାପୁରର କାକ୍ରୋଲି ଥାନା ଅଞ୍ଚଳର ଏସଏଚଓଙ୍କୁ ନିର୍ବାଚନ ଆୟୋଗ ତୁରନ୍ତ ନିଲମ୍ବିତ କରନ୍ତୁ, କାରଣ ସେ ଭୋଟରମାନଙ୍କୁ ରିଭଲଭର ରେ ଧମକ ଦେଇ ଭୋଟ୍ ଦେବାକୁ ବାରଣ କରୁଥିଲେ। ଅନ୍ୟ ଏକ ଟ୍ୱିଟ୍ ରେ ଅଖିଳେଶ ଯାଦବ କହିଛନ୍ତି ଯେ ଇବ୍ରାହିମପୁରରେ ଭୋଟ୍ ଦେବାରୁ ରୋକିବା ପାଇଁ ମହିଳାଙ୍କ ସହ ଅସଦାଚରଣ ଏବଂ ଭାଷା ବ୍ୟବହାର କରିଥିବା ଏସ୍ଏଚ୍ଓଙ୍କ ବିରୋଧରେ ତୁରନ୍ତ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2022/03/akhilesh.jpg)