ଜମି ମାଫିଆ ଘୋଷଣା ହେବେ ଆଜମ୍‌ ଖାନ୍‌!

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ଲୋକସଭା ସଦସ୍ୟ ଆଜମ୍‌ ଖାନ୍‌ଙ୍କୁ ଉତ୍ତର ପ୍ରଦେଶ ସରକାର ଜମି ମାଫିଆ ଘୋଷଣା କରିପାରନ୍ତି। ଆଜମ୍‌ଙ୍କ ନାମରେ ପ୍ରାୟ ୩୦ରୁ ଅଧିକ ମାମଲା ରହିଛି। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ମାମଲା ସରକାରୀ ଜମି କିମ୍ବା ଗରିବ କୃଷକଙ୍କ ଜମି ଜବରଦଖଲ ସହ ଜଡ଼ିତ। ଆଜମ୍‌ଙ୍କ ନିଜ ଜିଲ୍ଲା ରାମପୁର ପ୍ରଶାସନ ତାଙ୍କ ନାମକୁ ଭୂ ମାଫିଆ ଭାବେ ପୋର୍ଟାଲରେ ଉଲ୍ଲେଖ କରିବା ବିଷୟରେ ଚିନ୍ତା କରୁଛି। ଜମି ମାଫିଆଙ୍କୁ ଚିହ୍ନଟ କରିବା ଏବଂ ଜମି ଜବରଦଖଲ ସଂକ୍ରାନ୍ତ ଅଭିଯୋଗ ଦାଖଲ କରିବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୭ରେ ଏହି ‌ପୋର୍ଟାଲ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର