ଲୋକଙ୍କ ସମସ୍ୟାର ସମାଧାନ ନକରି ବିଧାନସଭାରେ ଗେମ୍ ଖେଳୁଛନ୍ତି ବିଜେପି ବିଧାୟକ: ସପା

ନୂଆଦିଲ୍ଲୀ: ଫଟୋ ଟ୍ବିଟ କରି ବିଜେପିକୁ ଟାର୍ଗେଟ କଲା ସମାଜବାଦୀ ପାର୍ଟି। ନିଜ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଦୁଇଟି ପୃଥକ ଭିଡିଓ ସେୟାର କରି ସମାଜବାଦୀ ପାର୍ଟି ବିଜେପିକୁ ଟାର୍ଗେଟ କରିଛି। ଭିଡିଓରେ ଦୁଇ ଜଣ ବିଜେପି ବିଧାୟକ ନଜର ଆସୁଥିବା ବେଳେ ଜଣେ ମୋବାଇଲ୍ ଗେମ୍ ଓ ଅନ୍ୟ ଜଣେ ପାନ୍ ମସଲା ଖାଉଥିବା ଦେଖିବାକୁ ମିଳିଛି। ଏଭଳି ଭିଡିଓ ମାଧ୍ୟମରେ ସମାଜବାଦୀ ପାର୍ଟି ବିଜେପିକୁ ଟାର୍ଗେଟ କରିଛି। ଟ୍ୱିଟରେ ଏହା ଲେଖାଯାଇଛି ଯେ ଜନସାଧାରଣଙ୍କ ସମସ୍ୟା ସହ ବିଜେପି ବିଧାୟକଙ୍କ କୌଣସି ସମ୍ପର୍କ ନାହିଁ।

ଏହି ଭିଡିଓକୁ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରି ସମାଜବାଦୀ ପାର୍ଟି ପକ୍ଷରୁ କୁହାଯାଇଛି ଯେ, ବିଜେପି ବିଧାୟକମାନେ ଗୃହର ସମ୍ମାନକୁ କ୍ଷୁଣ୍ଣ କରୁଛନ୍ତି। ମହୋବାର ବିଜେପି ବିଧାୟକ ବିଧାନସଭାରେ ଲୋକଙ୍କ ସମସ୍ୟା ଉଠାଇବା ପରିବର୍ତ୍ତେ ମୋବାଇଲରେ ଗେମ୍ ଖେଳୁଛନ୍ତି। ଏହା ସହ ଝାନ୍ସିର ବିଜେପି ବିଧାୟକ ତମାଖୁ ଖାଉଛନ୍ତି। ଏମାନଙ୍କ ପାଖରେ ଲୋକଙ୍କ ପ୍ରଶ୍ନର ଉତ୍ତର ନଥିବା ବେଳେ ଏମାନେ ବିଧାନସଭାରେ ଏଭଳି ନିଜର ମନୋରଞ୍ଜନ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଲଜ୍ଜାଜନକ।

ସମ୍ବନ୍ଧିତ ଖବର